ମହାନଦୀ ଅବବାହିକାରେ ସୃଷ୍ଟି କରାଯିବ ନୂତନ ଜଙ୍ଗଲ

0
404
afforestation
afforestation
ଭୁବନେଶ୍ୱର  :  ମହାନଦୀ ଅବବାହିକାରେ ନୂତନ ଜଙ୍ଗଲ ସୃଷ୍ଟି କରାଯିବ । ଦୁଇ ପାଶ୍ୱର୍ରେ ଏକ କିିମି ଓସାର ବିଶିଷ୍ଟ ଜଙ୍ଗଲ ସୃଷ୍ଟି ପାଇଁ ୨ କୋଟି ଚାରାରୋପଣ କରାଯିବ ।
୬୯ତମ ବନମହୋତ୍ସବ ପାଳନ ପାଇଁ ସାରା ରାଜ୍ୟରେ ଚାଲିଛି ବୃକ୍ଷରୋପଣ । ରାଜଧାନୀରେ ସୋମବାର ରାଜ୍ୟସ୍ତରୀୟ ବନୋମହୋତ୍ସବ ସପ୍ତାହକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମହାନଦୀର ଉଭୟ ପାଶ୍ୱର୍ରେ ସବୁଜ ବନାନୀ ସୃଷ୍ଟି ପାଇଁ ପ୍ରତିଶୃତି ଦୋହରାଇଛନ୍ତି । ଏଥିରେ ବକ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାନଦୀ ଅବବାହିକାରେ ନୂତନ ଜଙ୍ଗଲ ସୃଷ୍ଟି କରାଯିବ । ଦୁଇ ପାଶ୍ୱର୍ରେ ଏକ କିିମି ଓସାର ବିଶିଷ୍ଟ ଜଙ୍ଗଲ ସୃଷ୍ଟି ପାଇଁ ୨ କୋଟି ଚାରାରୋପଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଜୁଲାଇ ୭ ତାରିଖ ସୁଦ୍ଧା ୪୦ ଲକ୍ଷ ଚାରାରୋପଣ ଲକ୍ଷ୍ୟ ଥିବା ମୁଖ୍ୟମନ୍ତ୍ରୀ ସୂଚାଇଥିଲେ ।
ଜଙ୍ଗଲ ସୁରକ୍ଷା ପାଇଁ ସମର୍ପିତ ସଂଗଠନ ଓ ବ୍ୟକ୍ତିବିଶେଷ ମୌସୁମୀର ଆଗମନ ସହିତ ସଂଯୋଗ ରଖି ଏହି ସପ୍ତାହରେ ବନୀକରଣକୁ ପ୍ରାଥମିକତା ଦେଉଛନ୍ତି । ଗତ ଦୁଇବର୍ଷରେ ରାଜ୍ୟରେ ୮୮୫ ବର୍ଗ କିମି ନୂତନ ଜଙ୍ଗଲ ଓ ପୁନରୁଦ୍ଧାର ଜଙ୍ଗଲ ବୃଦ୍ଧି ପାଇଥିବା ନେଇ ଜଙ୍ଗଲ ଓ ପରିବେଶମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଖୁସି ପ୍ରକଟ କରିଥିଲେ । ଏହି ଅବସରରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନଖଣ୍ଡ ବାମରା ରେଞ୍ଜର ଓରାମ ନିତିମାଲ୍ ଜଙ୍ଗଲ ସୁରକ୍ଷା ସମିତି ଓ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବଳିଆପୁଟ ଜଙ୍ଗଲ ସୁରକ୍ଷା ସମିତିକୁ ପୁରସ୍କୃତ କରାଯାଇଥିଲା ।