ଭଦ୍ରକ ହତ୍ୟାକାଣ୍ଡର ନୂଆମୋଡ: ଝିଅକୁ ଦୁଷ୍କର୍ମ ସନ୍ଦେହ

0
342
bhadrak murder case twist
bhadrak murder case twist
ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗରରେ ଦୁଷ୍କର୍ମ ବେଳେ ଧରାପଡିଯିବାରୁ ମାଆକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ମିଳିଥିବା ନମୂନାକୁ ଫୋରେନସିକ୍ ଲ୍ୟାବ ପଠାଯାଇଛି। ଲ୍ୟାବ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି କହିଛନ୍ତି ଜିଲ୍ଲା ଏସପି ।

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ତାଳସିଠା ଗାଁରେ ଗତକାଲି ବିଳମ୍ୱିତ ରାତିରେ ମହିଳାଙ୍କୁ ହତ୍ୟା କରାଯିବା ଘଟଣା ବର୍ତ୍ତମାନ ନୂଆମୋଡ ନେଇଛି। ଝିଅକୁ ବାନ୍ଧି ମାଆକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ମୃତ ମହିଳାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା ପୋଲିସର ତଦନ୍ତରୁ ନୂଆ ତଥ୍ୟ ମିଳିଛି। ଏ ନେଇ ଖୁଲାସା କରିଛନ୍ତି ଭଦ୍ରକ ଜିଲ୍ଲା ଏସପି ବାତୁଲା ଗଙ୍ଗାଧର ।

ବେଡ୍ ଓ ହତ୍ୟାକାଣ୍ଡ ଘଟିଥିବା ସଂପୃକ୍ତ ରୁମରୁ ବାୟୋଲୋଜିକାଲ ନମୂନା ମିଳିଛି। ତେଣୁ ଦୁଷ୍କର୍ମ ବେଳେ ଧରାପଡିଯିବାରୁ ମାଆକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ମିଳିଥିବା ନମୂନାକୁ ଫୋରେନସିକ୍ ଲ୍ୟାବ ପଠାଯାଇଛି। ଲ୍ୟାବ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି କହିଛନ୍ତି ଜିଲ୍ଲା ଏସପି । ଅପରପକ୍ଷରେ ନିଖୋଜ ଥିବା ଅଭିଯୁକ୍ତ ଓ ଝିଅର ବାପାକୁ ଧରିବା ପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଛି।

ସୂଚନାନୁସାରେ, ଗତକାଲି ରାତିରେ ତାଳସିଠା ଗାଁର ରବି ବେହୁରିଆଙ୍କ ସ୍ତ୍ରୀ ଭକ୍ତିଲତା ବେହୁରିଆଙ୍କୁ ସେହି ଗାଁର ବବୁଆ ମହାନ୍ତି ନାମକ ଜଣେ ଯୁବକ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସଂଧ୍ୟାରେ ଅଭିଯୁକ୍ତ ବବୁଆ ଓ ଭକ୍ତିଲତାଙ୍କ ସ୍ୱାମୀ ରବି ସାଙ୍ଗ ହୋଇ ଘରୁ ବାହାରକୁ ଯାଇଥିଲେ। ତେବେ ବିଳମ୍ୱିତ ରାତିରେ ହଠାତ୍ ରବିଙ୍କ ଫୋନରୁ କଲ ଆସିବା ପରେ ସ୍ତ୍ରୀ ଭକ୍ତିଲତା କବାଟ ଖୋଲିଥିଲେ।

କବାଟ ଖୋଲିବା ମାତ୍ରେ ବବୁଆ ଏକ ଶିଳପୁଆରେ ତାଙ୍କୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସେଠାରେ ହିଁ ଭକ୍ତିଲତା ଟଳିପଡ଼ିଥିଲେ। ଏହା ପରେ ଭକ୍ତିଲତାଙ୍କ ଝିଅକୁ ବବୁଆ ତାଙ୍କ ହାତ ଗୋଡ଼ ବାନ୍ଧି ସେଠାରୁ ଫେରାର ହୋଇଯାଇଥିଲା। ପରେ ପଡ଼ୋଶୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାବୁଆ ଫେରାର ହୋଇଯାଇଥିବା ବେଳେ ଭକ୍ତିଲତାଙ୍କ ସ୍ୱାମୀ ମଧ୍ୟ ନିଖୋଜ ହୋଇ ଯାଇଛନ୍ତି। ଯାହା ପୋଲିସର ମଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଏବେ ପୁଣି ଘଟଣାର ଟ୍ୱିଷ୍ଟ ପୋଲିସକୁ ଦ୍ୱନ୍ଦରେ ପକାଇଛି। ଧାମନଗର ପୋଲିସ ଘଟଣାର ତଦନ୍ତ କରୁଅଛି।