ଭାରତ-ପାକ୍ ଅସ୍ତ୍ର ବିରତି

0
290
border security force
border security force

ନୂଆଦିଲ୍ଲୀ :  ମଙ୍ଗଳବାର ପାକିସ୍ତାନ ଓ ଭାରତ ଅସ୍ତ୍ର ବିରତି କରିବାକୁ ରାଜି ହୋଇଛନ୍ତି । ଉଭୟ ଡିଜିଏମଓ ୨୦୦୩ର ଅସ୍ତ୍ର ବିରତି ରାଜିନାମାକୁ ଲାଗୁ କରିବା ଉପରେ ସହମତି ଦେଇଛନ୍ତି।

ସୀମାରେ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ପାକିସ୍ତାନ ଓ ଭାରତ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ହୋଇଛି। ଉଭୟ ଦେଶର ଅଧିକାରୀ ପରସ୍ପର  ମଧ୍ୟରେ ଅସ୍ତ୍ର ବିରତି ରାଜିନାମାକୁ ଜାରି ରଖିବା ଏବଂ ସୀମାରେ ଶାନ୍ତି ସ୍ଥାପନା ପାଇଁ ରାଜି ହୋଇଛନ୍ତି। ପାକିସ୍ତାନୀ ସେନା ଦ୍ଵାରା ସୀମାରେ ଗତ କିଛି ସମୟରୁ ଜାରି ଗୁଳିମାଡ଼ ଘଟଣାରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ପଡୋଶୀ ଦେଶର ଏହି ବର୍ବର କାର୍ୟ୍ୟକୁ ଭାରତୀୟ ଯବାନ ମଧ୍ୟ ମୁହଁତୋଡ଼ ଜବାବ ଦେଇଥିଲେ। ଭାରତର ପ୍ରତିଜବାବ କାର୍ୟ୍ୟାନୁଷ୍ଠାନରେ ଘାବରାଇ ପାକିସ୍ତାନୀ ସେନାର ଡିଜିଏମଓ ଆଜି ସନ୍ଧ୍ୟା ୬ଟାରେ ହଟଲାଇନରେ ଭାରତୀୟ ଡିଜିଏମଓଙ୍କ ସହିତ ସୀମାରେ ଅସ୍ତ୍ରବିରତି କରିବାକୁ ରାଜି ହୋଇଛନ୍ତି।

ପାକିସ୍ତାନୀ ଡିଜିଏମଓଙ୍କ ଅପିଲ ପରେ ଭାରତୀୟ ସେନାର ଡିଜିଏମଓ ଆଲୋଚନା କରିଥିଲେ। ଦୁଇ ଅଧିକାରୀ ସୀମାରେ ଶାନ୍ତି ପ୍ରତିଷ୍ଠା କରିବା ଏବଂ ବର୍ତ୍ତମାନର ଉତ୍ତେଜନା ମାହୋଲକୁ ସୁଧାରିବା ପାଇଁ ଉଦ୍ୟମ କରିବା ଉପରେ ସହମତି ପ୍ରକାଶ କରିଛନ୍ତି।  ଉଭୟ ଡିଜିଏମଓ ୨୦୦୩ର ଅସ୍ତ୍ର ବିରତି ରାଜିନାମାକୁ ଲାଗୁ କରିବା ଉପରେ ସହମତି ଦେଇଛନ୍ତି। ଉଭୟ ଅଧିକାରୀ ଏହି କଥାକୁ ନେଇ ମଧ୍ୟ ଏକ ମତ ହୋଇଛନ୍ତି ଯେ ସୀମାରେ ଉଭୟ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ହେବ ନାହିଁ।

ଦୁଇ ଅଧିକାରୀଙ୍କ ମଧ୍ୟରେ ବୈଠକରେ ଏହି କଥା ଉପରେ ମଧ୍ୟ ସହମତି ପ୍ରକାଶ ପାଇଛି ଯେ  ଯଦି କୌଣସି କାରଣରୁ  ସ୍ଥିତି ବିଗିଡେ ତେବେ ମାହୋଲକୁ ଖରାପ କରାଯିବ ନାହିଁ ଏବଂ ହଟଲାଇନରେ ସଂପର୍କ ଏବଂ ସ୍ଥାନୀୟ କମାଣ୍ଡର ସ୍ତରରେ ଫ୍ଲାଗ ମିଟିଂ ଜରିଆରେ ଏହାକୁ ସମାଧାନ କରାଯିବ।

ଉଲ୍ଲେଖଯୋଗ୍ୟ  କିଛି ଦିନ ପୂର୍ବେ  ବିଏସଏଫର ପ୍ରତି ଜବାବରେ  ପଛଘୁଞ୍ଚା ଦେଇ ପାକିସ୍ତାନ ଗୁଳିମାଡ଼ ବନ୍ଦ କରିବାକୁ ଅନୁରୋଧ କରିଥିଲା। ମାତ୍ର ପରେ ପାକିସ୍ତାନ ସୀମାରେ ଗୁଳିମାଡ଼ ଆରମ୍ଭ କରିଥିଲା। ଜାମ୍ମୁ ଓ କାଶ୍ମୀରର ଭିନ୍ନ ଭିନ୍ନ ଇଲାକାରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଗୁଳିମାଡରେ  ବୁଧବାର ୪ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ୨୦ ଜଣ ଆହତ ହୋଇଥିଲେ। ପାକିସ୍ତାନୀ ସୈନିକ ଦ୍ଵାରା ଜାମ୍ମୁ, କଠୁଆ ଓ ସାମ୍ବା ଜିଲ୍ଲାରେ ଅନ୍ତରାଷ୍ଟ୍ରୀୟ ସୀମାରେ ଲାଗି ରହିଥିବା ଗାଁ ଉପରେ ଆଜି ମୋର୍ଟାର ମାଡ଼ କରାଯାଇଥିଲା ଏବଂ ଜୋରଦାର ଗୁଳି ବର୍ଷଣ ହୋଇଥିଲା।