ଫର୍ମାଲିନ ନାହିଁ, ମାଛ ଖାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

0
386
health minister pratap jena
health minister pratap jena
ଭୁବନେଶ୍ୱର : ମାଛର ନମୂନାରୁ  ଫର୍ମାଲିନ ମିଳିନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ତେଣୁ ଅଯଥା ଆତଙ୍କିତ ନ ହୋଇ ରାଜ୍ୟବାସୀଙ୍କୁ ମାଛ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ବିକ୍ରି ହେଉଥିବା ମାଛରେ କୌଣସି ପ୍ରକାର ଫର୍ମାଲିନ ମିଶିନାହିଁ। ବର୍ତ୍ତମାନ ସୁଦ୍ଧା ୨୦ଟି ଜିଲ୍ଲାରୁ ୧୩୭ଟି ମାଛ ନମୂନା ସଂଗ୍ରହ ହୋଇଛି। ସେଥିମଧ୍ୟରୁ ୮୯ଟି ନମୂନାର ପରୀକ୍ଷା ସରିଥିବା ବେଳେ ଆଉ ୪୮ ନମୂନା ବାକିଅଛି। ଏଯାବତ ପରୀକ୍ଷା କରାଯାଇଥିବା ମାଛର ନମୂନାରୁ କୌଣସି ପ୍ରକାର ବିଷାକ୍ତ ଦ୍ରବ୍ୟ ବା ଫର୍ମାଲିନ ମିଳିନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ତେଣୁ ଅଯଥା ଆତଙ୍କିତ ନ ହୋଇ ରାଜ୍ୟବାସୀଙ୍କୁ ମାଛ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି।

ପୂର୍ବରୁ ମଧ୍ୟ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରଶାନ୍ତ ସେନାପତି ଏହକଥା ପ୍ରକାଶ କରିଥିଲେ। ମାଛରେ ଫର୍ମାଲିନ ମିଶିବା ନେଇ ଅଭିଯୋଗ ପରେ ମାଛର ନମୂନା ସଂଗ୍ରହ କରି ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷାରୁ କୌଣସି ମାଛରେ ଫର୍ମାଲିନ ମିଶିବାର ପ୍ରମାଣ ନାହିଁ ବୋଲି ରିପୋର୍ଟ ଆସିଥିଲା। ଆଗକୁ ବଜାରକୁ ଯେପରି ଫର୍ମାଲିନ ମିଶା ମାଛ ନଆସେ ସେ ନେଇ ଯାଂଚ ପ୍ରକ୍ରିୟା ଜାରି ରହିବ ବୋଲି ମତ୍ସ ଓ ପଶୁ ସଂପଦ ବିଭାଗ ପକ୍ଷରୁ କୁହାଯାଇଛି।

ଏହା ବ୍ୟତୀତ ମାଛ ବ୍ୟବସାୟୀଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ମାଛରେ ଫର୍ମାଲିନ ମିଶିଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖାଦ୍ୟ ନୀରିକ୍ଷକ ଅଧିକାରୀଙ୍କ ପକ୍ଷରୁ ଚଢଉ ଜାରି ରହିଥିବା ସୂଚନା ମିଳିଛି।