ହୋମଓ୍ଵାର୍କ ବୋଝରୁ ମୁକ୍ତି ପାଇବେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ପିଲା !

0
274
javadekar
javadekar

କୋଲକାତା :   ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ପିଲା ହୋମଓ୍ଵାର୍କ ବୋଝରୁ ମୁକ୍ତି ପାଇବେ। ଏହି ବିଷୟରେ ସଂସଦର ମୌସୁମୀ ଅଧିବେଶନରେ ବିଧେୟକ ଆଣିବେ।

ଶୀଘ୍ର ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ଛାତ୍ରଙ୍କୁ ତାଙ୍କର ସ୍କୁଲ ହୋମଓ୍ଵାର୍କ ଦେଇ ପାରିବେ ନାହିଁ। ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ କେନ୍ଦ୍ର ସରକାର  ଏହି ବିଷୟରେ ସଂସଦର ମୌସୁମୀ ଅଧିବେଶନରେ ବିଧେୟକ ଆଣିବେ। ଏହା ବ୍ୟତୀତ ଜାଭେଦକର  ଏନସିଇଆରଟିର ପାଠ୍ୟକ୍ରମକୁ ମଧ୍ୟ ସରଳ କରିବାର ସଙ୍କେତ ମଧ୍ୟ ଦେଇଛନ୍ତି। ମାଦ୍ରାସ ଉଚ୍ଚ ନ୍ୟାୟାଳୟ ମେ ୩୦ରେ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ଦୃଷ୍ଟିରେ ରଖି ଜାଭେଦକର ଏହି ଟିପ୍ପଣୀ ଦେଇଛନ୍ତି।

ଅଦାଲତ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେମିତି ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ପିଲା ହୋମଓ୍ଵାର୍କ ବୋଝରୁ ମୁକ୍ତି ପାଇବେ। ଜାଭେଦକର କହିଛନ୍ତି ଯେ ଆମେ କୋର୍ଟର ଆଦେଶକୁ ସ୍ଵାଗତ କରୁଛୁ ଏବଂ ଏହା ଉପରେ ଅଧ୍ୟୟନ କରୁଛୁ। ଯାହା କିଛି ବି ଆବଶ୍ୟକ ପଡ଼ିବ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।  କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମ ୨୦୦୯ ଆଧାରରେ ମୌସୁମୀ ଅଧିବେଶନରେ ‘ନୋ ହୋମଓ୍ଵାର୍କ’ ବିଧେୟକ ଆଣିବେ।

ଅଦାଲତ କହିଥିଲେ ଯେ ଶିଶୁମାନେ ନା ଭାରତ୍ତୋଳକ ନା ବସ୍ତାବୁହା ଲୋକ। ତେଣୁ ରାଜ୍ୟ ସରକାର ସୁନିଶ୍ଚିତ କରିବେ ପିଲାମାନଙ୍କ ଉପରୁ ସ୍କୁଲ ବ୍ୟାଗର ଅତ୍ୟଧିକ ବୋଝରୁ ମୁକ୍ତି ଦେବେ।  ପ୍ରକାଶ ଜାଭେଦକର କହିଛନ୍ତି ଯେ ଏନସିଇଆରଟିର ପାଠ୍ୟକ୍ରମ ଜଟିଳ ରହିଛି ଏବଂ ସରକାର ଏହାକୁ ହ୍ରାସ କରି ସରଳ କରିବାକୁ ନିର୍ଣ୍ଣୟ ନେଇଛନ୍ତି। ନୂତନ ଶିକ୍ଷା ନୀତିର ଖସଡ଼ାକୁ କ୍ୟାବିନେଟରେ ଚଳିତ ମାସରେ ଉପସ୍ଥାପନ କରାଯିବ ବୋଲି ଜାଭେଦକର କହିଛନ୍ତି।