ନୂଆଦିଲ୍ଲୀ : ଭାରତରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ବିଶ୍ଵକୁ ପ୍ରଭାବିତ କରିଛି। ଭିଭିପାଟ ଓ ଇଭିଏମ ଜରିଆରେ ନିର୍ବାଚନ ହେବ। ବାଲାଟ ପେପରକୁ ପୁଣି ଥରେ ଫେରିବାର ପ୍ରଶ୍ନ ଉଠୁନାହିଁ । ଏହା କହିଛନ୍ତି ଦେଶର ମୁଖ୍ୟ ନିର୍ବାଚନ ଆୟୋଗ ଓପି ରାଓ୍ଵତ।
ଦେଶର ମୁଖ୍ୟ ନିର୍ବାଚନ ଆୟୋଗ ରାଓ୍ଵତ ନିର୍ବାଚନ ପାଇଁ ବାଲାଟ ପେପରକୁ ପୁଣି ଥରେ ଉପଯୋଗ କରିବାର ସମସ୍ତ ସମ୍ଭାବନାକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ଇଭିଏମକୁ ରାଜନୈତିକ ପାର୍ଟି ବଲିକା ବକରା ନ ବନାନ୍ତୁ। କାରଣ ମେସିନ କଥା କହି ପାରିବ ନାହିଁ ଓ ରାଜନୈତିକ ଦଳକୁ ନିଜର ପରାଜୟ ଘୋଡ଼ାଇବା ପାଇଁ କିଛି ନା କିଛି ବାହାନା କାଢିବାକୁ ପଡ଼େ। ମାର୍ଚ୍ଚାଣ୍ଟ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଦ୍ଵାରା ଆୟୋଜିତ ‘ନିର୍ବାଚନରେ ସ୍ଵଚ୍ଛତା ଓ ଧନର ଭୂମିକା’ ଉପରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ରାଓ୍ଵତ କହିଛନ୍ତି ଯେ ପ୍ରଣାଳୀକୁ ସ୍ଵଚ୍ଛ କରିବା ବିଷୟରେ ବାସ୍ତବରେ କିଛି ମଧ୍ୟ ନାହିଁ। ମାତ୍ର ଯେବେ ବି ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠେ ଆମକୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥାଏ।
ସେ କହିଛନ୍ତି ଯେ ଭାରତରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ବିଶ୍ଵକୁ ପ୍ରଭାବିତ କରିଛି। ରାଓ୍ଵତ କହିଛନ୍ତି ଭିଭିପାଟ ଓ ଇଭିଏମ ଜରିଆରେ ନିର୍ବାଚନ ହେବ। ବାଲାଟ ପେପରକୁ ପୁଣି ଥରେ ଫେରିବାର ପ୍ରଶ୍ନ ଉଠୁନାହିଁ। ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ଏହା ପ୍ରଶଂସାଯୋଗ୍ୟ କଥା ଯେ ଏତେ ବଡ଼ ସଂଖ୍ୟାରେ ମତଦାତା ସତ୍ଵେ ବି ନିର୍ବାଚନ ଆୟୋଗ କିଛି ଘଣ୍ଟାରେ ପରିଣାମ ଦେବାରେ ସକ୍ଷମ ହୋଇଛି। ସେ କହିଛନ୍ତି ନିର୍ବାଚନରେ ଧନ ବଳ ଓ ବାହୁବଳକୁ ସମାପ୍ତ କରିବା ପାଇଁ ବ୍ୟାପିକ ପଦକ୍ଷେପ ଉଠା ଯାଉଛି।
ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ଗତ ବର୍ଷ ଜୁଲାଇରେ ଆୟୋଜିତ ସର୍ବଦଳୀୟ ବୈଠକରେ ଘୋଷଣା କରିଥିଲା ଯେ ଆଗାମୀ ସମସ୍ତ ନିର୍ବାଚନରେ ଭେଟିଫିଏବଲ ପେପର ଅଡିଟ୍ ଟ୍ରେଲ(ଭିଭିପାଟ) ମେସିନ ସହିତ ଇଭିଏମର ବ୍ୟବହାର କରାଯିବ। ମତଦାନ ପ୍ରକ୍ରିୟାରେ ପାରଦର୍ଶିତା ଓ ବିଶ୍ଵସନୀୟତା ବଢାଇବା ପାଇଁ ଇଭିଏମ ସହିତ ଭିଭିପାଟର ପ୍ରୟୋଗ ମଧ୍ୟ କରାଯିବ। ରାଓ୍ଵତ କହିଛନ୍ତି ରାଜନୈତିକ ଦଳ ଅତି ସହଜରେ ଇଭିଏମକୁ ବଲି କା ବକରା କରି ଦିଆଯାଏ କାରଣ ସେ କଥା କହିପାରେ ନାହିଁ ଏବଂ ରାଜନୈତିକ ଦଳକୁ ନିଜ ପରାଜୟର ଦୋଷ ଲଦିବା ପାଇଁ କିଛି ନା କିଛି ଜିନିଷର ସାହାରା ନେବାକୁ ପଡ଼ିଥାଏ।