ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ଟିକେଟ ମିଳିବ ନାହିଁ

0
428
niranjan patnaik
niranjan patnaik
ଭୁବନେଶ୍ୱର : ଗତ ନିର୍ବାଚନରେ ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ଟିକେଟ ମିଳିବ ନାହିଁ ବୋଲି ଦର୍ଶାଇଛନ୍ତି ନିରଞ୍ଜନ ପଟ୍ଟନାୟକ ।  ଟିକେଟ ଆଶାୟୀ ପ୍ରର୍ଥୀଙ୍କ ପାଇଁ ଗାଇଡ ଲାଇନ ଦର୍ଶାଇଛନ୍ତି ନିରଞ୍ଜନ ପଟ୍ଟନାୟକ ।

  ରାଜ୍ୟ କଂଗ୍ରେସର ଆଗୁଆ ଟିକେଟ ବଂଟନ ପାଇଁ ଦୁଇଦିନ ଧରି ମାରାଥନ ବୈଠକ ବସିସାରିଥିବା  ବେଳେ ଆଜି ଟିକେଟ ଆଶାୟୀ ପ୍ରର୍ଥୀଙ୍କ ପାଇଁ ଗାଇଡ ଲାଇନ ଦର୍ଶାଇଛନ୍ତି ନିରଞ୍ଜନ ପଟ୍ଟନାୟକ । ଅମାନତ ହରାଇଥିବା ପ୍ରାର୍ଥୀ ଟିକେଟ ପାଇବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ ଟିକେଟ ମିଳିବ ନାହିଁ  ବୋଲି ମତ ଦେଇଛନ୍ତି ।

ଆସନ୍ତା ୧୫ ଦିନ ଭିତରେ ୫୦ ଜଣ ପ୍ରର୍ଥୀଙ୍କ ନାମ ପ୍ରକାଶ କରାଯିବ ବୋଲି ଗତ କାଲି କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଥିବା ବେଳେ ଆଜି ତୃତୀୟ ଦିନରେ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ବେସ୍ କିଛି ସମୟ ଧରି ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଖୁବ୍ କମ ଭୋଟ ବ୍ୟବଧାନରେ ଗତ ନିର୍ବାଚନରେ ପରାଜୟ ବରଣ କରିଥିବା ନେତାଙ୍କ ସହ ପିସିସି ସଭାପତି ଓ ପ୍ରଭାରୀ ଜିତେନ୍ଦ୍ର ସିଂ ଆଲୋଚନା କରିଥିବା ବେଳେ କେଉଁ ଆଧାରରେ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ତେବେ ବୈଠକ ପରେ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତ ନିର୍ବାଚନରେ ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ଟିକେଟ ମିଳିବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କୌଣସି ଅପରାଧୀକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ ମଧ୍ୟ ଟିକେଟ ମିଳିବ ନାହିଁ ବୋଲି ସେ କହିଛନ୍ତି । ତେବେ ରାଜନୈତିକ ଉଦ୍ଦେଶ୍ୟରେ ଆକ୍ରୋଶମୂଳକ ଭାବେ ଗିରଫ ହୋଇଥିଲେ ତାଙ୍କ କଥା ବିଚାରକୁ ନିଆଯାଇପାରେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଅନ୍ୟପଟେ ଗୋଟିଏ ପରିବାରରୁ ଏକାଧିକ ଜଣଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି ପୂର୍ବରୁ ସୁଚନା ଦିଆଯାଇଥିବା ବେଳେ ରାଜନୀତିରେ ଥିବା ପରିବାର ପକ୍ଷରେ ଏହି ନିୟମକୁ କୋହଳ କରାଯାଇଛି । ତେବେ ଯେଉଁମାନଙ୍କର ନିଜର ଇଚ୍ଛା ଥିବ ଓ ଦଳ ସହମତ ଥିବ ସେମାନଙ୍କୁ ଟିକେଟ ଦିଆଯିବ ବୋଲି ପିସିସି ସଭାପତି ମତ ଦେଇଛନ୍ତି ।

ସୁଚନାନୁସାରେ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ନେଇ କୁହାଯାଇଥିବାବେଳେ ୧୫ ଜଣ ବିଧାୟକଙ୍କ ଟିକେଟ ଉପରେ ମୋହର ବାଜି ସାରିଛି । ୧୦ ହଜାରରୁ କମ ଭୋଟରେ ହାରିଥିବା ପ୍ରାର୍ଥୀଙ୍କ ସହ ଆଲୋଚନାର ଜାରି ରହିଥିବା ବେଳେ ଏମାନଙ୍କ ମଧ୍ୟରୁ କେଉଁ ୩୫ ଜଣଙ୍କୁ ଟିକେଟ ମିଳିବ ସେନେଇ କଳ୍ପନା ଜଳ୍ପନା ଜାରିରହିଛି ।