ରସାୟନରେ ତିନି ବୈଜ୍ଞାନିକଙ୍କୁ ମିଳିଲା ନୋବେଲ

0
655
scientists gets nobel in chemistry
scientists gets nobel in chemistry
ଷ୍କକହୋମ : ରସାୟନ ବିଜ୍ଞାନରେ ମଧ୍ୟ ତିନି ଜଣ ବୈଜ୍ଞାନିକ ନୋବେଲ ପୁରସ୍କାର ସମ୍ମାନରେ ସମ୍ମାନିତ ହେବେ। ଚଳିତ ବର୍ଷ ଯେଉଁ ତିନି ଜଣ ବୈଜ୍ଞାନିକଙ୍କୁ  ନୋବେଲ ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରାଯାଇଛି ସେମାନେ  ଏଞ୍ଜାଇମ୍ସ ଓ ଆଣ୍ଟିବଡିଜକୁ ବିକଶିତ କରିଛନ୍ତି। ଯେଉଁଥିରେ  ନୂତନ ଫାର୍ମାସ୍ୟୁଟିକଲ ଓ ବାୟୋଫ୍ୟୁଏଲର ନିର୍ମାଣ ହୋଇ ପାରିଛି।

ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ପରି ରସାୟନ ବିଜ୍ଞାନରେ ମଧ୍ୟ ତିନି ଜଣ ବୈଜ୍ଞାନିକ ନୋବେଲ ପୁରସ୍କାର ସମ୍ମାନରେ ସମ୍ମାନିତ ହେବେ। ଏଥିରେ ବୈଜ୍ଞାନିକ ଫ୍ରାନସିସ୍ ଏଚ ଆରନୋଲ୍ଡ(ଆମେରିକା), ଜର୍ଜ ପି. ସ୍ମିଥ୍(ଆମେରିକା) ଓ ଗ୍ରେଗୋରୀ ଓ୍ଵିଣ୍ଟର ସାମିଲ ଅଛନ୍ତି। ବିଜେତାଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ବୈଜ୍ଞାନିକ ଅଛନ୍ତି। ରୟାଲ ସ୍ଵିଡିଶ ଏକାଡେମୀ ଅଫ ସାଇନ୍ସ କହିଛି ଯେ ଚଳିତ ବର୍ଷ ଯେଉଁ ତିନି ଜଣ ବୈଜ୍ଞାନିକଙ୍କୁ  ନୋବେଲ ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରାଯାଇଛି ସେମାନେ  ଏଞ୍ଜାଇମ୍ସ ଓ ଆଣ୍ଟିବଡିଜକୁ ବିକଶିତ କରିଛନ୍ତି। ଯେଉଁଥିରେ  ନୂତନ ଫାର୍ମାସ୍ୟୁଟିକଲ ଓ ବାୟୋଫ୍ୟୁଏଲର ନିର୍ମାଣ ହୋଇ ପାରିଛି।

କାର୍ଲିଫର୍ଣ୍ଣିଂଆ ଇନଷ୍ଟିଚ୍ୟୁୟଟ ଅଫ ଟେକ୍ନୋଲୋଜିର ଫ୍ରାନ୍ସିସ ଏଚ ଆରନୋଲ୍ଡଙ୍କୁ ଏଞ୍ଜାଇମ୍ସଙ୍କ ପୂର୍ବରୁ ଗବେଷଣା କରିଥିବା ଯୋଗୁଁ ପୁରସ୍କାରର ଅଧା ଅଂଶ ଦିଆଯାଉଛି।  ଅନ୍ୟ ପଟେ ୟୁନିଭର୍ସିଟି ଓ ମିସୁରିର ଜର୍ଜ ସ୍ମିଥ ଓ କେମ୍ବ୍ରିଜ ସ୍ଥିତ ଏମଆରସି ଲ୍ୟାବଟେରୀ ଏବଂ ମୋଲିକ୍ୟୁଲର ବାୟୋଲୋଜିର ସର ଗ୍ରେଗରୀ ପି ଓ୍ଵିଣ୍ଟରଙ୍କୁ ପୁରସ୍କାରର ବାକି ଅଂଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଗତକାଲି ଲେଜର ଫିଜିକ୍ସ କ୍ଷେତ୍ରରେ ଗ୍ରାଉଣ୍ଡ ବ୍ରେକିଙ୍ଗ ଆବିଷ୍କାର ପାଇଁ ଆମେରିକାର ଆର୍ଥର ଅସ୍କିନ, ଗେରାର୍ଡ ମୌରୌ ଓ ଡୋନା ଷ୍ଟ୍ରିକଲାଣ୍ଡଙ୍କୁ ମିଳିତ ରୂପେ ପୁରସ୍କୃତ କରାଯାଉଛି।