ଚତ୍ମକାରଠୁ କମ୍ ନୁହେଁ : ସମସ୍ତ ୧୩ ଜଣଙ୍କୁ ସୁରକ୍ଷିତ ବାହାର କରାଗଲା

0
435
foot ball player rescued
foot ball player rescued
ନୂଆଦିଲ୍ଲୀ : ଗତ ଦୁଇ ସପ୍ତାହରୁ ଥାଇଲାଣ୍ଡର ଗୁମ୍ଫାରେ ଫସିଥିବା ଖେଳାଳି ଓ ତାଙ୍କ କୋଚଙ୍କୁ ସୁରକ୍ଷିତ ବାହାର କରାଗଲା ।  ଏହି ସଫଳତା  କୌଣସି ଚତ୍ମକାରଠୁ କମ୍ ନୁହେଁ ।

ଥାଇଲାଣ୍ଡର ଗୁମ୍ଫାରେ ଫସିଥିବା ସମସ୍ତ ୧୩ ଜଣଙ୍କୁ ସୁରକ୍ଷିତ ବାହାର କରାଯାଇଛି। ଏହା ସହିତ ଗୁମ୍ଫା ଭିତରେ ଫସି ରହିଥିବା ୧୨ ଜଣ ଜୁନିୟର ଫୁଟବଲ ଖେଳାଳି ଏବଂ ତାଙ୍କ କୋଚଙ୍କୁ ବଞ୍ଚାଇବାର ଅଭିଯାନ ଏବେ ସମାପ୍ତ ହୋଇଛି। ଗତ ଦୁଇ ସପ୍ତାହରୁ ପୁରା ଦୁନିଆ ଫସିଥିବା ଖେଳାଳି ଓ ତାଙ୍କ କୋଚଙ୍କ ପ୍ରାଣକୁ ନେଇ ପ୍ରାର୍ଥନା କରୁଥିଲେ।

ବୁଡାଳିଙ୍କ ଏହି ସଫଳତା  କୌଣସି ଚତ୍ମକାରଠୁ କମ୍ ନୁହେଁ। କାରଣ କୁହାଯାଉଥିଲା ଯେ ଏହି ପିଲାମାନଙ୍କୁ ଗୁମ୍ଫାରୁ ବାହାର କରିବା ପାଇଁ ୪ ମାସ ସମୟ ଲାଗିପାରେ।  ପୁରା ରେସକ୍ୟୁ ଅପରେସନରେ ଥାଇଲାଣ୍ଡ ବ୍ୟତୀତ ଆମେରିକା, ଚୀନ, ଜାପାନ, ବ୍ରିଟେନ ଓ ଅଷ୍ଟ୍ରେଲିଆର ୯୦ ବୁଡାଳି ସାମିଲ ଥିଲେ। ଏହା ବ୍ୟତୀତ ପ୍ରାୟ ଏକ ହଜାର ଯବାନ ଓ ବିଶେଷଜ୍ଞଙ୍କ ଦଳ ଏହି ପୁରା ଅଭିଯାନରେ ସାହାଯ୍ୟ କରିଥିଲେ।

୧୨ ଜଣ ଖେଳାଳି ତାଙ୍କ କୋଚ ଗତ ଜୁନ ୨୩ରେ ହଜାର ହଜାର ଲିଟର ପାଣିରେ ଭରି ରହିଥିବା ଅନ୍ଧାରୁଆ ଗୁମ୍ଫାରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ମାତ୍ର ଯେବେ ଏହି ପିଲାମାନଙ୍କୁ ସୁରକ୍ଷିତ ବାହାର କରାଗଲା ପୁରା ଦୁନିଆ ଏବେ ରେସକ୍ୟୁ ଅପରେସନରେ ସାମିଲ ବୁଡାଳିଙ୍କ ପ୍ରଶଂସା କରୁଛନ୍ତି।

 

ଉଲ୍ଲେଖଯୋଗ୍ୟ ଉତ୍ତର ଥାଇଲାଣ୍ଡରେ ଏକ ବନ୍ୟାଗ୍ରସ୍ତ ଗୁମ୍ଫାରେ ଆଉ ଚାରି ଜଣଙ୍କୁ ସୋମବାର ବାହାର କରାଯାଇଥିଲା। ଥାମ ଲୌଙ୍ଗ ଗୁମ୍ଫାରେ ରବିବାର ପ୍ରଥମ ସଫଳ ଅଭିଯାନରେ ଚାରି ଜଣ ପିଲାଙ୍କୁ ମଧ୍ୟ ସୁରକ୍ଷିତ ବାହାର କରାଯାଇଥିଲା।

ଏହି ସବୁ ପିଲା ଫୁଟବଲ ମ୍ୟାଚ୍ ଖେଳି ସାରିବା ପରେ ଗୁମ୍ଫାରେ ପଶିଥିଲେ। ଏହି ସବୁ ଖେଳାଳି ୧୬ ବର୍ଷରୁ କମ ଥିଲେ। ଯାହାଙ୍କ ବୟସ ୧୧ ରୁ ୧୬ ବର୍ଷ ମଧ୍ୟରେ ହେବ। ଏହି ଗୁମ୍ଫା ୧୦ କିଲୋମିଟରର ଲମ୍ବ ଏବଂ ବର୍ଷା ପାଗରେ ଗୁମ୍ଫା ଜୁଲାଇରୁ ନଭେମ୍ବର ମଧ୍ୟରେ ବନ୍ଦ କରାଯାଇଥାଏ। କୁହାଯାଉଛି ଯେ ପିଲାମାନେ ଓ ତାଙ୍କର ଖେଳାଳି  ଗୁମ୍ଫାରେ ପଶିବା ପରେ ବର୍ଷା ଆରମ୍ଭ ହୋଇ ଯାଇଥିଲା, ଯେଉଁ କାରଣରୁ ସେମାନେ ଗୁମ୍ଫାରେ ଫସି ଯାଇଥିଲେ।