ଲୋକାୟୁକ୍ତ ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ

0
408
lokayukta
lokayukta

ଭୁବନେଶ୍ୱର : ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ନେଇ ଆରମ୍ଭ ହୋଇଛି ବିଧିବଦ୍ଧ ପ୍ରକ୍ରିୟା। ସାଧାରଣ ପ୍ରଶାସନ ବିଭାଗ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଆସନ୍ତାକାଲି ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିବେ।

ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ନେଇ  ଏକ ସର୍ଚ୍ଚ କମିଟି ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ। ଆସନ୍ତାକାଲି ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିବେ।

ଲୋକାୟୁକ୍ତ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମଟି ଗଠନ ହେବ। ଏଥିରେ ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ବି ରହିବେ। ଏହି ତିନିଜଣ ମିଶି ଚତୁର୍ଥ ସଦସ୍ୟଙ୍କ ନାଁ ସୁପାରିଶ କରିବା ପରେ ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେବେ। ପୁଣି ଚୟନ କମିଟି ଏକ ପାଞ୍ଚଜଣିଆ ସର୍ଚ୍ଚ କମିଟି ବାଛିବେ। ଏହି ସର୍ଚ୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟଙ୍କୁ ବାଛି ଚୟନ କମିଟିର ବିଚାର ପାଇଁ ସୁପାରିଶ କରିବେ। ସରକାର ଆରମ୍ଭ କରିଥିବା ଏହି ସମସ୍ତ ପ୍ରକ୍ରିୟା ନେଇ ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ  କରିବେ ରାଜ୍ୟ ସରକାର।

 

ଏପ୍ରିଲ ୯ ତାରିଖରେ ମୁଖ୍ୟଶାସନ ସଚିବ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବାକୁ ସରକାର ପଦକ୍ଷେପ ନେଉଥିବା କଥା ଦର୍ଶାଇଥିଲେ। ୨୦୧୪ରେ ପାରିତ ବିଲକୁ ୨୦୧୫ରେ ରାଷ୍ଟ୍ରପତି ଅନୁମୋଦନ ଦେଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିପାରି ନାହାନ୍ତି ରାଜ୍ୟ ସରକାର।