ସରକାରୀ କାର୍ଯ୍ୟକଳାପରେ ଏବେ ବାବୁଗିରି ନୁହେଁ ଗାନ୍ଧୀଗିରି : ନରେନ୍ଦ୍ର ମୋଦୀ

0
425
pm on swachhata mission
pm on swachhata mission
ନୂଆଦିଲ୍ଲୀ : ସରକାରୀ କାର୍ଯ୍ୟକଳାପରେ ବାବୁଗିରି ନୁହେଁ ବରଂ ଗାନ୍ଧୀଗିରି ଚାଲିବ ।ଆଜି ଗାନ୍ଧୀଙ୍କର ୧୫୦ ବର୍ଷ ଜନ୍ମ ଦିନ ଅବସରରେ ସମ୍ବୋଧିତ କରି ନରେନ୍ଦ୍ର ମୋଦୀ କହିଛନ୍ତି।

ଗାନ୍ଧୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଭବନ ଠାରେ ସ୍ୱଚ୍ଛତା ସମ୍ମିଳନୀ ଆୟୋଜନ କରାଯାଇଛି । ବହୁ ଦେଶର ପ୍ରତିନିଧୀ ଏଥିରେ ଯୋଗ ଦେଇଛନ୍ତି । ସଂଯୁକ୍ତ ରାଷ୍ଟ୍ରର ମହାସଚ୍ଚିବ ଏନଟିନିଓ ଗୁତାରେସ ମଧ୍ୟ ସାମିଲ ଅଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ସହ ମହାତ୍ମା ଗାନ୍ଧୀଙ୍କ ଜୀବନୀ ସହ ଜଡିତ ପ୍ରଦର୍ଶନୀ ବୁଲି ଦେଖିଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରି ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସ୍ୱଚ୍ଛତା ଭଳି ମହତ୍ୱପୂର୍ଣ୍ଣ ବିଷୟରେ ଦୁନିଆର କେତେକ ଦେଶ ଆଜି ଏଠାରେ ଏକତ୍ରିତ ହୋଇଛନ୍ତି । ଆଜି ଗାନ୍ଧୀଙ୍କର ୧୫୦ ବର୍ଷ ଜନ୍ମ ଦିନ ଅବସରରେ ସ୍ୱଚ୍ଛତା କାମକୁ ନେଇ ସରକାରୀ କାର୍ଯ୍ୟକଳାପରେ ବାବୁଗିରି ନୁହେଁ ବରଂ ଗାନ୍ଧୀଗିରି ଚାଲିବ । ଆଜି ଆମେ ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ଲାଗି ପଡିଛୁ । ଗାନ୍ଧୀ କହିଥିଲେ ଯେ, ସ୍ୱତନ୍ତ୍ରତା ଏବଂ ସ୍ୱଚ୍ଛତା ମଧ୍ୟରୁ ସେ ପ୍ରଥମେ ସ୍ୱଚ୍ଛତା ବାଛିବେ । ୧୯୪୫ରେ ଗାନ୍ଧୀ ଗ୍ରାମୀଣ ସ୍ୱଚ୍ଛତା ବିଷୟରେ ମଧ୍ୟ ଲେଖିଥିଲେ ।

ମୋଦୀ କହିଛନ୍ତି, ଗାନ୍ଧି କହୁଥିଲେ ଅଳିଆକୁ ସଫା ନକଲେ କେବଳ ରୋଗ ହେବ ତାହା ନୁହେଁ ଅଳିଆକୁ ଦୂର ନକରିବା ପର୍ଯ୍ୟନ୍ତ ସ୍ୱଚ୍ଛତା ଆମ ମଧ୍ୟକୁ ଆସିବ ନାହିଁ । ଯଦି କୌଣସି ବ୍ୟକ୍ତି ନିକଟରେ ଆବର୍ଜନା ପଡିଛି କିନ୍ତୁ ସେହି ବ୍ୟକ୍ତି ଆବର୍ଜନାକୁ ନିଷ୍କାସନ କରୁ ନାହିଁ ତେବେ ତାହାକୁ ଆବର୍ଜନା ଧୀରେଧୀରେ ଆବର୍ଜନ ଲାଗିବ ନାହିଁ । ସେ ସେହି ପରିସ୍ଥିତିକୁ ଗ୍ରହଣ କରି ନେବ ।

ପ୍ରଧାନମନ୍ତ୍ରୀ ବୈଶ୍ୱିକ ସ୍ତରରେ ସ୍ୱଚ୍ଛତା ମିଶନ ବୃଦ୍ଧି କରିବାକୁ ୪ପି ମନ୍ତ୍ର ବତାଇଛନ୍ତି । ପିଏମ ଦାବୀ କରିଛନ୍ତି ଯେ, ଦେଶରେ ୯୦ ପ୍ରତିଶତ ଲୋକ ଶୌଚାଳୟ ବ୍ୟବହାର କରୁଛନ୍ତି। ସରକାର ଏହା ଉପରେ ଧ୍ୟାନ ରଖୁଛନ୍ତି । ଭାରତରେ ଶୌଚ ମୁକ୍ତ ଗ୍ରାମ ସଂଖ୍ୟା ୫ଲକ୍ଷରୁ ଅଧିକ । ୪ବର୍ଷ ପୂର୍ବରୁ ଖୋଲାରେ ଶୌଚ କରୁଥିବା ଲୋକଙ୍କ ସଂଖ୍ୟା ୬୦ ପ୍ରତିଶତ ଥିବା ବେଳେ ଏହା ଏବେ ୨୦ ପ୍ରତିଶତରେ ପହଂଚିଛି ।