ଭୁବନେଶ୍ୱର : ସେଭନ କ୍ରିକେଟ ଚାମ୍ପିୟନସିପର ପୁରୁଷ ବର୍ଗରେ ଓଡ଼ିଶା ଚାମ୍ପିୟନ ହୋଇଛି। ଓଡ଼ିଶା ଷ୍ଟେଟ ସୁପର ସେଭନ କ୍ରିକେଟ ଆସୋସିଏସନ ପକ୍ଷରୁ ଏହା ଆୟୋଜନ ହୋଇଥିଲା।
୧୬ତମ ସିନିୟର ଜାତୀୟ ସୁପର ସେଭନ କ୍ରିକେଟ ଚାମ୍ପିୟନସିପର ପୁରୁଷ ବର୍ଗରେ ଓଡ଼ିଶା ଚାମ୍ପିୟନ ହୋଇଛି। ରନର୍ସ ଅପ୍ ହୋଇଛି ଓଡ଼ିଶା ପୋଲିସ। ମହିଳାରେ ଦିଲ୍ଲୀ ଚାମ୍ପିୟନ ହୋଇଥିବା ବେଳେ ଉତ୍ତର ପ୍ରଦେଶ ହୋଇଛି ରନର୍ସ ଅପ୍। ପୁରୀର ତାଳବଣିଆ ଖେଳପଡିଆରେ ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟରେ ୨୪ଟି ରାଜ୍ୟରୁ ୩୧ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଷ୍ଟେଟ ସୁପର ସେଭନ କ୍ରିକେଟ ଆସୋସିଏସନ ପକ୍ଷରୁ ଏହା ଆୟୋଜନ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ୭ ଓଭର ବିଶିଷ୍ଟ ଖେଳାଯାଇଥିବାରୁ ସବୁ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା।