ବୁଧବାର ଓଡ଼ିଶା ପ୍ରଦେଶ କଂଗ୍ରେସ ଟିମର ନୂଆ ଟିମ୍ ଘୋଷଣା ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ନୂଆ ଟିମ୍ ଘୋଷଣା କରିଥିବା ବେଳେ କମିଟିରେ ୧୪ ଜଣ ଉପସଭାପତି, ଜଣେ କୋଷାଧ୍ୟକ୍ଷ, ୨୪ ଜଣ ସାଧାରଣ ସମ୍ପାଦକ, ୨୭ କାର୍ଯ୍ୟନିର୍ବାହୀ କମିଟି ଓ ୯୯ ଜଣ ସମ୍ପାଦକ ଅଛନ୍ତି । ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ୧୩ ଜଣ ମନୋନୀତ ହୋଇଛନ୍ତି ।
ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ନକୁଳ ନାୟକ, ସସ୍ମିତା ବେହେରା, ଅମର ପ୍ରଧାନ, କୈଳାସ ଆଚାର୍ଯ୍ୟ, ଶିବାନନ୍ଦ ରାୟ, ସନ୍ତୋଷ ସିଂହ ସାଲୁଜା, ଶୁଭେନ୍ଦୁ ମହାନ୍ତି, ଅନନ୍ତ ସେଠୀ, ସଦନ ନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜୟଲକ୍ଷ୍ମୀ ସାହୁ ଓ ରାଧାକାନ୍ତ ଦିଗାଲ ଉପସଭାପତି ଭାବେ କମିଟିରେ ନିଯୁକ୍ତି ପାଇଛନ୍ତି ।
ପିସିସି ନିର୍ବାଚନ କମିଟିକୁ ୨୧ ଜଣ ସଦସ୍ୟ ମନୋନୀତ ହୋଇଛନ୍ତି । ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ନବ ଦାସ, ପ୍ରସାଦ ହରିଚଚନ୍ଦନ, ହେମାନନ୍ଦ ବିଶ୍ୱାଳ,ଜଗନ୍ନାଥ ପଟ୍ଟନାୟକ, ଭକ୍ତ ଦାସ, ପ୍ରମୁଖ ଏହି କମିଟିରେ ନିଯୁକ୍ତି ହୋଇଛନ୍ତି।
ଭକ୍ତ ଚରଣ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା ବେଳେ ରଞ୍ଜୀବ ବିଶ୍ୱାଳ ଆବାହକ ଭାବେ ଦାୟିତ୍ୱ ତୁଲାଇବେ । ପିସିସି ସଭାପତି, ବିରୋଧୀ ଦଳ ନେତା ଏବଂ କଂଗ୍ରେସର ତିନି କାର୍ଯ୍ୟକାରୀ ସଭାପତି ମଧ୍ୟ କମିଟିରେ ଅଛନ୍ତି। ଏହାସହ ରାମଚନ୍ଦ୍ର ଖୁଣ୍ଟିଆ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, କେପି ସିଂଦେଓଙ୍କୁ ମିଶାଇ ୩୯ ଜଣ ପ୍ରଚାର କମିଟି ସଦସ୍ୟ ଅଛନ୍ତି । ସହ ସବୁ ବିଧାୟକ, ସବୁ ମୋର୍ଚ୍ଚା ସଭାପତି କମିଟିରେ ଅଛନ୍ତି।