ଭୁବନେଶ୍ୱର : ଜାତୀୟ ଗ୍ରାପଲିଙ୍ଗ ପ୍ରତିଯୋଗିତାରେ ଓଡ଼ିଶାକୁ ମିଳିଛି ୯ଟି ସ୍ୱର୍ଣ୍ଣ ପଦକ । ୩ଟି ରୌପ୍ୟ ପଦକ ମିଳିଥିବା ବେଳେ ଗୋଟିଏ କାଂସ୍ୟ ପଦକ ମିଳିଛି ।
ମହରାଷ୍ଟ୍ରର ନାସିକ ଠାରେ ଅନୁଷ୍ଠିତ ଜାତୀୟ ଗ୍ରାପଲିଙ୍ଗ ପ୍ରତିଯୋଗିତାରେ ଓଡ଼ିଶାକୁ ୯ଟି ସ୍ୱର୍ଣ୍ଣ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ଖେଳାଳିମାନେ ୩ଟି ରୌପ୍ୟ ପଦକ ଆଣିଥିବା ବେଳେ ଗୋଟିଏ କାଂସ୍ୟ ପଦକ ଆଣିଛନ୍ତି। ଜିଆଇ ଇଭେଣ୍ଟ ଫାଇଟିଙ୍ଗର ବାଳିକା ବିଭାଗରେ ଅନୁଷ୍କା ପ୍ରିୟଦର୍ଶିନୀ ୧୬-୧୭ ବର୍ଷ-୫୬ କିଲୋ ବିଭାଗରେ ସ୍ୱର୍ଣ୍ଣ, ମମତା ସାହୁ ୧୮-୧୯ ବର୍ଷ-୪୯ କିଲୋ ବିଭାଗରେ ସ୍ୱର୍ଣ୍ଣ, ମୋନାଲି ସାହୁ ୧୪-୧୫ ବର୍ଷ ୫୭ କିଲୋ ବିଭାଗରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି।
ବାଳକ ଜି ଇଭେଣ୍ଟରେ ରାଧାକାନ୍ତ ସେଠୀ ୧୬-୧୭ ବର୍ଷ ୫୮କିଲୋ ବିଭାଗରେ ସ୍ୱର୍ଣ୍ଣ, ଡି ଭଗବାନ ରେଡ୍ଡି ୧୬-୧୭ ବର୍ଷ ୪୯ କିଲୋ ବିଭାଗରେ ସ୍ୱର୍ଣ୍ଣ, ତନେସ ପୁନିତ ଲେଙ୍କା ୧୪-୧୫ ବର୍ଷ ୫୯ କିଲୋ ବିଭାଗରେ ରୌପ୍ୟ ଏବଂ ଶୁଭକାନ୍ତ ବିଶ୍ୱାଲ ୧୨ ବର୍ଷରୁ ଅଧିକ ୬୦ କିଲୋ ବିଭାଗରେ କାଂସ୍ୟ ପଦକ ହାସଲ କରିଛନ୍ତି।
ଓଡ଼ିଶା ଗ୍ରାପଲିଙ୍ଗ ଦଳର ଏହି ସଫଳତା ପାଇଁ ଓଡ଼ିଶା ଗ୍ରାପଲିଙ୍ଗ ଦଳର ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକ ଓ ଉତ୍କଳ କରାଟେ ସ୍କୁଲର ସମସ୍ତ କର୍ମକର୍ତ୍ତା ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।