୨୫ରୁ ଦ୍ୱିତୀୟ ଓଜେଇଇ ଆବେଦନ

0
388
ojee
ojee
ଭୁବନେଶ୍ୱର :  ଓଜେଇଇ ଦ୍ୱିତୀୟ ପ୍ରବେଶିକା ପରୀକ୍ଷା ପାଇଁ ଜୁନ ୨୫ରୁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ପରୀକ୍ଷା ଫଳ ଜୁଲାଇ ୨୫ରେ  ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି ।

ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଖାଲି ପଡିଥିବା ସିଟ ଗୁଡିକ ପାଇଁ ଆସନ୍ତା ଜୁଲାଇ ୨୨ ତାରିଖରେ ସ୍ପେଶାଲ ଓଜେଇଇ ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ । ତେବେ ବି.ଟେକ , ଏମସିଏ ,ଲାଟେରାଲ ଏଂଟ୍ରି ଓ ଏମବିଏର ଖାଲି ପଡିଥିବା ସିଟ ଗୁଡିକରେ ନାମଲେଖା ପାଇଁ ଏହି ସ୍ୱତନ୍ତ୍ର ଓଜେଇଇ ପ୍ରବେଶିକା ପରୀକ୍ଷା ହେବା ନେଇ ସୂଚନା ଦିଆଯାଇଛି ।

ଦ୍ୱିତୀୟ ପ୍ରବେଶିକା ପରୀକ୍ଷା ପାଇଁ ଜୁନ ୨୫ରୁ ଜୁଲାଇ ୧୩ ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏହି ସ୍ପେଶାଲ ପରୀକ୍ଷା ଜୁଲାଇ ୨୨ରେ ହେବା ସହ ପରୀକ୍ଷା ଫଳ ଜୁଲାଇ ୨୫ରେ  ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି ।