ହାତୀ ମୃତ୍ୟୁ ପାଇଁ ସେସୁକୁ ୧ କୋଟି ଜରିମାନା

0
536
one crore fine to cesu for elephants death
one crore fine to cesu for elephants death
ଭୁବନେଶ୍ୱର : ଢ଼େଙ୍କାନାଳରେ ୭ ହାତୀ ମୃତ୍ୟୁ ଘଟଣାରେ ନାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ସେସୁ ଉପରେ ଏକ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଏନ୍‌ଜିଟି ଅଧ୍ୟକ୍ଷ ବିଚାରପତି ଆଦର୍ଶ କୁମାର ଗୋଏଲ ମଙ୍ଗଳବାର ଏହି ମାମଲାର ଶୁଣାଣୀ କରିଛନ୍ତି ।

ଖାମଖିଆଲ ମନୋଭାବ ସେସୁ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଢ଼େଙ୍କାନାଳ କମଳାଙ୍ଗରେ ୭ ହାତୀ ମୃତ୍ୟୁ ଘଟଣାରେ ନାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ସେସୁ ଉପରେ ଏକ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଗଣମାଧ୍ୟମରେ ପ୍ରସାରିତ ଖବରକୁ ଆଧାରକୁ କରି ଏନ୍‌ଜିଟି ନିଜ ଆଡ଼ୁ ମାମଲା ରୁଜୁ କରି ଏହି ପଦେକ୍ଷପ ଗ୍ରହଣ କରିଚନ୍ତି ।

ହାତୀ ମୃତ୍ୟୁ ଘଟଣାରେ ଏନ୍‌ଜିଟିରେ ଆଜି ଶୁଣାଣୀ ହୋଇଥିଲା । ଶୁଣାଣୀ କରି ଏନ୍‌ଜିଟି ସେସୁକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ଘଟଣାର ତଦନ୍ତ ପାଇଁ ଏକ କିମିଟି ଗଠନ କରିଛନ୍ତି । କମିଟିରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏବଂ ଡେରାଡୁନ ୱାଇଲ୍‌ଡ ଲାଇଫ୍‌ ଅଫ ଇନ୍‌ଷ୍ଟିଚ୍ୟୁଟ୍‌ର ଜଣେ ଲେଖାଏଁ ସଦସ୍ୟ ରହିବେ । ଏହି ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଏନ୍‌ଜିଟିକୁ ରିପୋର୍ଟ ହସ୍ତାନ୍ତର କରିବେ ଏବଂ ଏହା ପରେ ପରବର୍ତ୍ତୀ ଶୁଣାଣୀ ହେବ ବୋଲି ବିଚାରପତି କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୬ ତାରିଖ ରାତିରେ ରେଳ ଲାଇନ୍‌ ପାର ହେଉଥିବା ବେଳେ ୧୩ଟି ହାତୀ ମଧ୍ୟରୁ ୭ଟି ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ । ଏହି ଘଟଣାରେ ବନବିଭାଗ ସେସୁକୁ ଦାୟୀ କରିଥିଲା । ସେଠାରେ ଦୀର୍ଘ ଦିନ ହେଲା ବିଦ୍ୟୁତ ତାର ଓହଳି ରହିଥିଲା ।

ଏ ନେଇ ସେସୁ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖି ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିଲେ । ଫଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାବେଳେ ସମସ୍ତ ବିଭାଗରେ ମୋଟ ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ଓ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

Leave a Reply