ରାଉରକେଲା : ବର୍ଜ୍ୟବସ୍ତୁ ନାଳ ଭିତରେ ଫସି ରହିଥିବା ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରିବାକୁ ଆଜି ପୁଣି ଥରେ ଆରମ୍ଭ ହୋଇଛି ଉଦ୍ଧାର କାର୍ୟ୍ୟ ।
ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଭିତରେ ଫସି ରହିଥିବା ୫ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତକାଲି ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତ ଦେହ ମିଳିଛି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନାହିଁ । ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରିବାକୁ ଆଜି ପୁଣି ଥରେ ଆରମ୍ଭ ହୋଇଛି ଉଦ୍ଧାର କାର୍ୟ୍ୟ । ଉଦ୍ଧାରକାର୍ୟ୍ୟରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ, ଓଡ଼ିଶା ପୋଲିସ, ସିଆଇଏସ୍ଏଫ୍ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ବୈଷୟିକ ଟିମ୍ ନିୟୋଜିତ ଅଛନ୍ତି ।
ଗତ ୩ ତାରିଖରେ ଷ୍ଟିଲ ପ୍ଲାଣ୍ଟରରେ ଲୁହା ଚୋରି କରିବାକୁ ଉଦିତନଗର ଶୀତଳପଡ଼ାର ୯ ଜଣ ଯୁବକ ନାଳ ଭିତରେ ପଶିଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ବାହାରି ଆସିଥିବା ବେଳେ ୪ ଜଣ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଆଉ ଦୁଇଜଣ ନାଳ ଭିତରକୁ ଯାଇଥିବା ବେଳେ ପୁଣି ଜଣେ ସେଠାରେ ଫସି ଯାଇଥିଲେ।