ଲକ୍ଷେ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

0
554
looted with weapon
looted with weapon
କୋଣାର୍କ :  ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କ ହାତକୁ ହାଣି ୩ ଜଣ ଦୁର୍ବୃତ୍ତ  ତାଙ୍କ ଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ଲୁଟ୍ କରିନେଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ମହିଳା କର୍ମଚାରୀ ଜଣକ ଗୁରୁତର ଥିବା ବେଳେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପୁଣି ପୋଲିସର ଅନୁପସ୍ଥିତି ଜାହିର କରି ଦୁର୍ବୃତ୍ତମାନେ କାଣ୍ଡ ଘଟାଇଛନ୍ତି। ୩ ଜଣ ଦୁର୍ବୃତ୍ତ ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କ ହାତକୁ ହାଣି ତାଙ୍କ ଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ଲୁଟ୍ କରିନେଇଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଚଳାଇଛି।

ମିଳିଥିବା ସୂଚନାନୁସାରେ, ଦୁଇ ମହିଳା ବ୍ୟାଙ୍କ କର୍ମଚାରୀ ନିକଟସ୍ଥ ଗାଁରୁ ଟଙ୍କା ଆଦାୟ କରି ସ୍କୁଟିରେ ଫେରୁଥିବାବେଳେ ଏଭଳି ଘଟଣା ଘଟିଥିଲା। ବେଣୀପୁର-ଗୋପ ରାସ୍ତା ନିକଟରେ ୩ ଜଣ ଦୁର୍ବୃତ୍ତ ଜଣେ କର୍ମଚାରୀଙ୍କ ହାତକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଦେଇ ଟଙ୍କା ବ୍ୟାଗକୁ ନେଇ ଫେରାର ହୋଇଯାଇଥିଲେ। ଆକ୍ରମଣରେ ମହିଳା କର୍ମଚାରୀ ଜଣକ ଗୁରୁତର ଥିବା ବେଳେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।