କାଶ୍ମୀରରେ ଆରମ୍ଭ ହେଲା ଅପରେସନ୍

0
346
operation in kashmir
operation in kashmir
କାଶ୍ମୀର : ଜମ୍ମୁ-କାଶ୍ମୀରରେ ଆତଙ୍କୀଙ୍କ ବିରୋଧରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।  ଅସ୍ତ୍ରବିରତି ଶଷେ ହେବା ପରେ ଏହା ସେନାର ପ୍ରଥମ ସର୍ଚ୍ଚ ଅପରେସନ୍ ।

ଜମ୍ମୁ-କାଶ୍ମୀରରେ ଅସ୍ତ୍ରବିରତି ଶେଷ ହେବା ପରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ପୁଣି ଅପରେସନ ଆରମ୍ଭ କରିଦେଇଛି । ଆଜି ସକାଳୁ ସେନା ଜମ୍ମୁ-କାଶ୍ମୀରର ବେଜବହରାରେ ଆତଙ୍କୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ସେନାର ଏହି ଅପରେସନ ପୁଣି ଚାଲିବା ପରେ ଆତଙ୍କବାଦୀମାନେ ଭୟଭୀୟ ହୋଇପଡିଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି ।

ଆଜି ବେଜବହରାଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେନା ଖବର ପାଇଥିଲା । ଫଳରେ ସେନାର ଏକ ପେଟ୍ରୋଲିଂ ଟିମ୍ ଘଟଣାସ୍ଥଳକୁ ଯାଇ ଅପରେସନ୍ କରିଥିବା ସୂଚନା ମିଳିଛି । ମେ ୧୬ ତାରିଖରେ କେନ୍ଦ୍ର ସରକାର କଶ୍ମୀରରେ ରମଜାନ ମାସ ଚାଲିଥିବାରୁ ଶାନ୍ତି ପ୍ରତିଷ୍ଠା ପାଇଁ କୌଣସି ଅପରେସନ ନ କରିବା ପାଇଁ ସେନାକୁ କହିଥିଲେ । ଇଦ୍ ଉତ୍ସବ ପରେ ସେନା ପୂର୍ବପରି ଅପରେସନକୁ ଜୋରଦାର କରିଥିବା ଦେଖାଯାଇଛି ।

ଗତ କିଛି ଦିନ ଧରି ଘାଟିରେ ଯେଉଁପରି ପରିସ୍ଥିତି ଉପୁଜିଛି, ସେହି ସବୁକୁ ସାମ୍ନା କରିବା ଏତେଟା ସହଜ ନୁହେଁ । ସେନା ପାଇଁ ଆଗାମୀ ଦିନରେ ପାକ୍ ଆତଙ୍କବାଦୀମାନେ ଅନେକ ସମସ୍ୟା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେନା ମଧ୍ୟ ସେମାନଙ୍କୁ ଉଚିତ୍ ଜବାବ ଦେବ ବୋଲି ସୂଚନା ମିଳିଛି  ।