କୁମାରସ୍ଵାମୀଙ୍କ ଶପଥ : ମୋଦୀ ବିରୋଧୀ ଏକଜୁଟ

0
411
kumarswamy taking oath as cm
kumarswamy taking oath as cm

ବେଙ୍ଗାଲୁରୁ :  କର୍ଣ୍ଣାଟକରେ ଜେଡିଏସ ନେତା କୁମାରସ୍ଵାମୀ ବୁଧବାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। କଂଗ୍ରେସ ନେତା  ଜି.ପରମେଶ୍ଵର ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ବିରୋଧୀ ଦଳ ଏକଜୁଟ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନୀ ସଂଗ୍ରାମ ଓ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜେଡିଏସ ନେତା କୁମାରସ୍ଵାମୀ କଂଗ୍ରେସ ସମର୍ଥନରେ ସରକାର ଗଠନ କରିଛନ୍ତି।   ଏହି ଶପଥ ଗ୍ରହଣ ସମାରୋହରେ ବିରୋଧୀ ଦଳଙ୍କ ଏକଜୁଟତା ଦେଖିବାକୁ ମିଳିଛି।  ପ୍ରାୟତଃ ବିରୋଧୀ ଦଳର ସମସ୍ତ ବଡ଼ ବଡ଼ ନେତା ଏହି ସମାରୋହରେ ସାମିଲ ହେବାକୁ ପହଞ୍ଚିଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବିଏସପି ପ୍ରମୁଖ ମାୟାବତୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ସିପିଏମ ନେତା ସୀତାରାମ ୟେଚୁରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଆରଲେଡି ପ୍ରମୁଖ ଅଜିତ ସିଂହ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ ବଡ଼ ବଡ଼ ନେତା ଏକ ସଙ୍ଗେ ଆସି ନିଜର ଏକଜୁଟତା ଦେଖାଇଛନ୍ତି।  ମଞ୍ଚ ଉପରେ ମାୟାବତୀ ମମତା ବାନାର୍ଜୀ ଏବଂ ସୋନିଆ ଗାନ୍ଧୀଙ୍କୁ ଭେଟିବା,  ତେଜସ୍ଵୀ ଯାଦବ ମାୟାବତୀଙ୍କ ପାଦ ଛୁଇଁବା, ମାୟାବତୀ ଓ ରାହୁଲଙ୍କ ମଧ୍ୟରେ ସଂକ୍ଷିପ୍ତ କଥାବାର୍ତ୍ତା ଯେମିତି ଅନେକ ଦୃଶ୍ୟ ମଞ୍ଚ ଉପରେ ଦେଖିବାକୁ ମିଳିଥିଲା। କୁମାରସ୍ଵାମୀଙ୍କ ମଞ୍ଚ ଉପରେ ବିରୋଧୀ ଦଳର ନେତା ଜଣେ ଅନ୍ୟ ଜଣଙ୍କ ସହ ହାତ ମିଳାଉଥିବା କିମ୍ବା ଭେଟୁଥିବା ନଜର ଆସିଛନ୍ତି। କିନ୍ତୁ କିଛି ଦିନ ପୂର୍ବେ ଏହି ସବୁ ନେତା ସାର୍ବଜନୀନ ମଞ୍ଚରେ ଜଣେ ଅନ୍ୟ ଜଣକ ଉପରେ ଆକ୍ରମଣ କରୁଥିଲେ।  ବସପା ପ୍ରମୁଖ ମାୟାବତୀ ଓ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ଜଣେ ଅନ୍ୟ ଜଣଙ୍କ ସହିତ କଥା ହେଉଥିବା ନଜର ଆସିଥିଲେ। ବିରୋଧୀଙ୍କ ଏହି ଏକଜୁଟତା ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଉଦ୍ଧିଷ୍ଟ ଥିଲା। ରାଜନୈତିକ ଓ ବୈଚାରିକ ରୂପେ ଘୋର ବିରୋଧୀ କୁହାଯାଉଥିବା ନେତା ମଧ୍ୟ କଂଗ୍ରେସ-ଜେଡିଏସର ଏହି ଆୟୋଜନରେ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି।