ଶ୍ରୀମନ୍ଦିର ଓ୍ୱେବସାଇଟ୍‌କୁ ଅପ୍‌ଡେଟ କରିବାକୁ ନିର୍ଦ୍ଦେଶ

0
306
sc
sc
ନୂଆଦିଲ୍ଲୀ : ପୁରୀ ଶ୍ରୀମନ୍ଦିର ଓ୍ୱେବସାଇଟ୍‌କୁ ଅପ୍‌ଡେଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ୱେବ ସାଇଟ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏବଂ ପୁରୀ ଶ୍ରୀମନ୍ଦିର ୱେବସାଇଟ୍‌ରେ ପୁରୀ ଜିଲ୍ଲା ଜଜ୍‌ ସର୍ବୋଚ୍ଚ ଅଦାଲତକୁ ଦେଇଥିବା ରିପୋର୍ଟକୁ ଅପଡେଟ୍‌ କରିବାକୁ ମଧ୍ୟ କହିଛନ୍ତି ।

ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଓ ଜଷ୍ଟିସ ଅଶୋକ ଭୂଷଣଙ୍କ ଦୁଇ ଜଣିଆ ଖଣ୍ଡପୀଠ ଶ୍ରୀମନ୍ଦିର ପରିଚାଳନାଗତ ତ୍ରୁଟି ଓ ରତ୍ନଭଣ୍ଡାର ଚାବି ହଜିବା ମାମଲାର ଶୁଣାଣି କରିଛନ୍ତି। ଏହି ପ୍ରଥମ ଦିନର ଶୁଣାଣିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହ ପୁରୀ ଶ୍ରୀମନ୍ଦିର ଓ୍ୱେବସାଇଟ୍‌କୁ ଅପ୍‌ଡେଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ୱେବ ସାଇଟ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏବଂ ପୁରୀ ଶ୍ରୀମନ୍ଦିର ୱେବସାଇଟ୍‌ରେ ପୁରୀ ଜିଲ୍ଲା ଜଜ୍‌ ସର୍ବୋଚ୍ଚ ଅଦାଲତକୁ ଦେଇଥିବା ରିପୋର୍ଟକୁ ଅପଡେଟ୍‌ କରିବାକୁ ମଧ୍ୟ କହିଛନ୍ତି । ଜିଲ୍ଲା ଜଜ୍‌ଙ୍କ ରିପୋର୍ଟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଓ୍ୱବ୍‌ସାଇଟ୍‌ ଗୁଡିକରେ ଉପଲବ୍ଧ ହେବା ଆବଶ୍ୟକ ।

ଏହା ଉପରେ ଜନସାଧାରଣ ତଥା ଜଗନ୍ନାଥ ପ୍ରେମୀମାନେ ନିଜ ନିଜର ମତ ରଖିପାରିବେ । ପୁରୀ  ଜିଲ୍ଲା ଜଜ୍‌ ଦେଇଥିବା ରିପୋର୍ଟକୁ ପରିଚାଳନା କମିଟି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ରଥଯାତ୍ରା ପରେ ପୁରୀ ଗସ୍ତ କରିବେ ଏସସିର ବରିଷ୍ଠ ଆଇନଜୀବୀ ଆମିକସ କ୍ୟୁରି  ଗୋପାଳ ସୁବ୍ରମନୀୟମ । ସେଠାରେ ସମସ୍ତଙ୍କ ସହ ଅଲୋଚନା କରି ଗୋପାଳ ସୁବ୍ରମନୀୟମ ଏକ ରିପୋର୍ଟ ସେପ୍ଟେମ୍ବର ୫ ସୁଦ୍ଧା ସୁପ୍ରିମକୋର୍ଟରେ ଦାଖଲ କରିବେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫ରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି  ।

ଏହା ସହ ଶ୍ରୀମନ୍ଦିରକୁ ସମସ୍ତ ଧର୍ମର ଲୋକ ଯାଇ ପାରିବେ କି ନାହିଁ ସେନେଇ ମଧ୍ୟ ରିପୋର୍ଟ ଦେବକୁ ଗୋପାଳ ସୁବ୍ରମନିୟମଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଯଦି ଯିବେ ତେବେ ସେମାନଙ୍କ ପାଇଁ କ’ଣ ପୋଷାକ ରହିବ ବା କ’ଣ ନିୟମ ରହିବ ସେନେଇ ମଧ୍ୟ ରିପୋର୍ଟରେ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ରଥଯାତ୍ରା ଥିବାରୁ ସୁପ୍ରିମକୋର୍ଟ ମାଗିଥିବା ଶ୍ରୀମନ୍ଦିର ପରିଚାଳନା ରିପୋର୍ଟ ଦାଖଲ କରିପାରିନାହାନ୍ତି ରାଜ୍ୟ ସରକାର । ରିପୋର୍ଟ ଦାଖଲ କରିବାକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ସମୟ ମାଗିଛନ୍ତି ରାଜ୍ୟ ସରକାର । ତେବେ ରିପୋର୍ଟ ପ୍ରଦାନ ପାଇଁ କମିଟି ଗଠନ ହୋଇସାରିଥିବା ଆଡଭୋକେଟ୍‌ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।