ନିୟମିତ ହେବନି ଓଟିଇଟି ଫେଲ ଗଣଶିକ୍ଷକଙ୍କ ଚାକିରୀ

0
334
otet failed teacher can not be regularised : odisha high court
otet failed teacher can not be regularised : odisha high court
କଟକ : ନିୟମିତ ହେବନି ଓଟିଇଟି ଫେଲ ଗଣଶିକ୍ଷକଙ୍କ ଚାକିରୀ । ଅନ୍ୟପକ୍ଷରେ ଗଣଶିକ୍ଷକମାନେ ପୂର୍ବଭଳି କାର୍ଯ୍ୟ କରିବାରେ କୌଣସି ବାଧା ନାହିଁ

 ଓଟିଇଟି ପାସ୍ କରିନଥିବା ଗଣଶିକ୍ଷକଙ୍କ ଚାକିରୀ ନିୟମିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବିଆର ଷଢଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଗଣଶିକ୍ଷକଙ୍କ ଚାକିରୀ ନିୟମିତ କରି ସେମାନଙ୍କୁ ସହକାରୀ ଶିକ୍ଷକ ଭାବେ ଗଣଶିକ୍ଷା ବିଭାଗ ନିଯୁକ୍ତି ପ୍ରଦାନ କରିପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଗଣଶିକ୍ଷକମାନେ ପୂର୍ବଭଳି କାର୍ଯ୍ୟ କରିବାରେ କୌଣସି ବାଧା ନାହିଁ ବୋଲି ଆଦେଶନାମାରେ କୋର୍ଟ ସ୍ପଷ୍ଟ କରିଛନ୍ତି ।

ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ରୁଜୁ ମାମଲାର ଶୁଣାଣୀ ସମୟରେ ଦର୍ଶାଯାଇଥିଲା ଯେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଁ ଜଣଙ୍କର ସର୍ବନିମ୍ନ ଯୋଗ୍ୟତା ଓବିଇଟି ପାସ୍ ହୋଇଥିବା ବେଳେ ଗଣଶିକ୍ଷକଙ୍କ ଚାକିରୀ ନିୟମିତ ଥିବାବେଳେ ଏଥିରେ ଅବହେଳା କରାଯାଉଛି । ୨୦୧୬ ଡ଼ିସେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ, ଜଣେ ଗଣଶିକ୍ଷକ ଓଟିଇଟି ପାସ୍ କରିଥିଲେ ମଧ୍ୟ ତାଙ୍କ ଚାକିରୀ ନିୟମିତ କରାଯିବ ଓ ତାଙ୍କୁ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ଦିଆଯିବ, କିନ୍ତୁ ତାଙ୍କୁ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଓଟିଇଟି ପାସ୍ କରିବାକୁ କରିବାକୁ ହେବ ।