ଜାମ୍ମୁ : ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନର ଦୃଢ ଜବାବ ଦେଇଛି । ବିଏସଏଫର ମୁହଁତୋଡ଼ ଜବାବରେ ପାକିସ୍ତାନର ଅନେକ ବଙ୍କର ଧ୍ଵଂସ ହୋଇଛି। ଅସ୍ତ୍ର ବିରତି କରିବାକୁ ବିବଶ ହୋଇଛି ପାକିସ୍ତାନ ।
ପାକିସ୍ତାନ ଶାନ୍ତ ହୋଇ ବସି ପାରୁ ନାହିଁ ଏବଂ ସୀମାରେ କ୍ରମାଗତ ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି। ଭାରତ ମଧ୍ୟ ପାକିସ୍ତାନର ଏହି ହୀନ କାର୍ୟ୍ୟର ମୁହଁତୋଡ଼ ଜବାବ ଦେଇ ତାର ବଙ୍କର ଧ୍ଵଂସ କରିଛି। ଭାରତୀୟ ସେନାର ଦୃଢ ଜବାବ ପରେ ଯାଇ ଭାରତ ଆଗରେ ଆଣ୍ଠେଇଛି ପାକିସ୍ତାନ। ଗତ ତିନି ଦିନରୁ ଜାମ୍ମୁରେ ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନ ପକ୍ଷରୁ ଗୁଳିମାଡ଼ ଜାରି ରହିଥିଲା। ପାକିସ୍ତାନ ରେଞ୍ଜର୍ସ ଜନବସତି ପୂର୍ଣ୍ଣ ଇଲାକା ଆଡକୁ ମୋର୍ଟାର ମାଡ଼ କରିଥିଲେ। ଏହା ପରେ ବିଏସଏଫର ମୁହଁତୋଡ଼ ଜବାବରେ ପାକିସ୍ତାନର ଅନେକ ବଙ୍କର ଧ୍ଵଂସ ହୋଇଛି।
ଭାରତୀୟ ସେନାର ଏହି କୋଠର କାର୍ୟ୍ୟାନୁଷ୍ଠାନରେ ପଛଘୁଞ୍ଚା ଦେଇଛି ପାକିସ୍ତାନ। ସୀମାରେ ଏହି ପରି ମୁହଁତୋଡ଼ ଜବାବ ମିଳିବା ପରେ ପାକିସ୍ତାନ ଅସ୍ତ୍ର ବିରତି କରିବାକୁ ବିବଶ ହୋଇଛି। ଖବର ମୁତାବକ ପାକିସ୍ତାନୀ ରେଞ୍ଜର୍ସ ଜାମ୍ମୁରେ ବିଏସଏଫ ପାଖକୁ ଫୋନ କରି ଅସ୍ତ୍ର ବିରତି କରିବାକୁ ଗୁହାରି କରିଛି। ଉଲ୍ଲେଖଯୋଗ୍ୟ ଘାଟିରେ ରମଜାନ ସମୟରେ ଅସ୍ତ୍ର ବିରତି ସରକାରଙ୍କ ନିଷ୍ପତ୍ତି ପରେ ସୀମାରେ ଗୁଳି ମାଡ଼ ବୃଦ୍ଧି ପାଇଛି।