ଡାକ୍ତରଙ୍କ ଯୁକ୍ତିତର୍କରେ ଗଲା ରୋଗୀର ଜୀବନ

0
426
patient died for doctor fighting
patient died for doctor fighting
ଭୁବନେଶ୍ୱର :ଡାକ୍ତରଙ୍କ ଯୁକ୍ତିତର୍କରୁ ଜଣଙ୍କ ଜୀବନ ଯିବା ରାଜ୍ୟରେ ଲଜ୍ଜାର ବିଷୟ ହୋଇଛି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ଗଁଦିଆ ଗୁଣ୍ଡୁରାପୋଷା ଗାଁର ତ୍ରୈଲକ୍ୟ ସାହୁ(୩୫)ଙ୍କ ଛାତି ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ପ୍ରଥମେ ଗଁଦିଆ ସ୍ଥିତ ଶ୍ରୀରାମପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ତୈଲକ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲର ଆଉଟ ଡୋରରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ କାର୍ୟ୍ୟେରତ ଥିବା ଡାକ୍ତର ରୋଗୀକୁ ମେଡିକାଲର ୪ ମହଲା ଉପରେ ଥିବା ମେନ୍ ମେଡିସିନ୍ ୱାର୍ଡକୁ ନେବାକୁ କହିଥିଲେ।

ଡାକ୍ତରଙ୍କ କହିବାନୁଯାୟୀ ୪ ମହଲା ଚଢି ରୋଗୀଙ୍କୁ ସେଠାରେ ଭର୍ତ୍ତି କରିଥିଲେ। କିନ୍ତୁ ମେନ୍ ମେଡିସିନ ୱାର୍ଡରେ ଥିବା ଡାକ୍ତର ଚିକିତ୍ସା କରିବାକୁ ଅରାଜି ହୋଇଥିଲେ। ଯେଉଁ ଡାକ୍ତର ଏଠାକୁ ପଠାଇଛନ୍ତି ତାଙ୍କୁ କହି ଚିକିତ୍ସା କରାଇନେବ ବୋଲି କହିଥିଲେ। ରୋଗୀଙ୍କ ପରିବାର ଲୋକେ ପୁଣି ତଳକୁ ଯାଇ ଏ ବିଷୟରେ କହିବା ସହ ଚିକିତ୍ସା କରାଇବା ପାଇଁ ନେହୁରା ହୋଇଥିଲେ।

ଏହା ପରେ ଉଭୟ ଡାକ୍ତରଙ୍କ ମଧ୍ୟରେ ରୋଗୀଙ୍କ ଚିକିତ୍ସା କରିବା ନେଇ କଥା କଟାକଟି ହୋଇଥିଲା। କିଏ ଚିକିତ୍ସା କରିବା ସେ ନେଇ ଉଭୟ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ବେଳେ ରୋଗୀଟି ଯନ୍ତ୍ରଣୀରେ ଜର୍ଜରିତ ହେଉଥିଲା। ତେବେ ପ୍ରାୟ ୧ ଘଣ୍ଟା ପରେ ଡାକ୍ତରମାନେ ଚିକିତ୍ସା କରିବାକୁ ଆସିବା ବେଳକୁ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏହି ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।