ଅକ୍ଟୋବର ୨ ବା ଗାନ୍ଧି ଜୟନ୍ତିରୁ ରାଜ୍ୟରେ ପ୍ଲାଷ୍ଟିକ ଉପରେ ଲାଗିବ ବ୍ୟାନ । ଏନେଇ ଓଡିଶା ସରକାର ବହୁ ପୂର୍ବରୁ କହି ସାରିଥିବା ବେଳେ ଆଜି ନିର୍ଦ୍ଦେଶନାମ ଜାରି ହୋଇଛି । ଆସନ୍ତା ୨ରୁ ୫ଟି ମହାନଗର ସମେତ ପୁରୀ ପାଇଁ ପ୍ଲାଷ୍ଟିକ କଟକଣା ଜାରି କରିଛନ୍ତି ସରକାର ।
ସୂଚନାନୁସାରେ, କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ପାଇଁ ଏହି ନିର୍ଦ୍ଦଶନାମା ଜାରି ହୋଇଛି । ଏହା ସହ ପୁରୀରେ ମଧ୍ୟ ଏହି କଟକଣା ଜାରି କରାଯାଇଛି । ନିର୍ଦ୍ଦେଶାନାମାରେ ବିଘଟନ ଅଯୋଗ୍ୟ ଯେକୌଣସି ଆକାର ଏବଂ ପ୍ରକାର ପଲିଥିନ ନିଷେଧ କରାଯାଇଛି । ଏହା ସହ ୨୦୦ ମିଲିମିଟର ଏବଂ କମ୍ ପାଣି ବୋତଲ ସମ୍ପୂର୍ଣ୍ଣ ବାରଣ ହୋଇଛି ।
ସେହିପରି ଥରକ ପାଇଁ ବ୍ୟବହୃତ କପ୍, ଚାମଚ, ପ୍ଲେଟ୍, ଗ୍ଲାସ ନିଷେଧ ଓ ପାଣି ପାଉଚ ସହ ଅନ୍ୟ ପାଉଚକୁ ମଧ୍ୟ ନିଷେଧ କରାଯାଇଛି । ସେହିପରି ଥର୍ମୋକୁଲକୁ ବାସନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ଲାଷ୍ଟିକ ବୋତଲ ଉତ୍ପାଦନକାରୀମାନଙ୍କୁ ବୋତଲ ବ୍ୟବହାର ପରେ ଏହାକୁ ଫେରାଇବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ପଲିଥିନ ଉତ୍ପାଦନ, ବିକ୍ରି, ଆମଦାନୀ, ବଂଟନକୁ ମଧ୍ୟ ନିଷେଧ କରାଯାଇଛି ।