ଜୁନ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ :ଗଣଶିକ୍ଷା ମନ୍ତ୍ରୀ

0
306
education minister badri narayana patra
education minister badri narayana patra
ଭୁବନେଶ୍ୱର: +୨ କଳା,ବାଣିଜ୍ୟ ଓ ଧନ୍ଦା ମୂଳକ ଶିକ୍ଷାର ଫଳ ଆସନ୍ତା ଜୁନ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ଆଜି ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

 ପୂର୍ବରୁ ମେ’ ଶେଷ ସପ୍ତାହରେ ଫଳ ପ୍ରକାଶ ହେବା ନେଇ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଖାତା ଦେଖାରେ ବିଭ୍ରାଟ ଓ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ରେଜଲ୍ଟରେ ବିଳମ୍ବ ହେଉଥିବା ମନ୍ତ୍ରୀ କହିଛନ୍ତି । ଗତ ବର୍ଷ ମେ ୩୦ ତାରିଖରେ ଯୁକ୍ତ ଦୁଇ ଫଳ ପ୍ରକାଶିତ ହୋଇଥିଲା । ଚଳିତ ବର୍ଷ ବିଭିନ୍ନ ପ୍ରବେଶିକା ପରୀକ୍ଷାକୁ ଆଖି ଆଗରେ ରଖି ବିଜ୍ଞାନ ଫଳାଫଳ ଗତ ମେ ୧୯ ତାରିଖରେ ବାହାରି ସାରିଥିଲେ ମଧ୍ୟ ମାନୁଆଲ ଏଂଟ୍ରି ହେଉଥିବାରୁ କଳା ଓ ବାଣିଜ୍ୟ ରେଜଲ୍ଟରେ ବିଳମ୍ବ ହେଉଥିବା ବିଭାଗୀୟ ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

ତେବେ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ଯୋଗୁଁ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଆଶଙ୍କାରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ପ୍ରଥମେ ମେ’ ଓ ଏବେ ଜୁନକୁ ଫଳାଫଳ ଘୁଂଚି ଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ତାରିଖ ଧାର୍ଯ୍ୟ ହୋଇପାରିନାହିଁ । ପୂର୍ବରୁ ଯୁକ୍ତ ଦୁଇ ପରୀକ୍ଷା ଓ ଖାତା ଦେଖା ସମୟରେ ଅଧ୍ୟାପକ ଆନ୍ଦୋଳନର କୌଣସି ପ୍ରଭାବ ଛାତ୍ରଛାତ୍ରୀଙ୍କ ରେଜଲ୍ଟ  ଉପରେ ପଡିବ ନାହିଁ ବୋଲି ଗଣ ଶିକ୍ଷା ମନ୍ତ୍ରୀ ଯୁକ୍ତି ବାଢିଥିଲେ ମଧ୍ୟ ଆଜି ନିଜର ମତ ବଦଳାଇ ଦେଇଛନ୍ତି ।