ମନକି ବାତ୍ : ଝିଅଙ୍କୁ ସାବାସୀ ଦେଲେ ପ୍ରଧାନମନ୍ତ୍ରୀ

0
410
pm modi
pm modi
ନୂଆଦିଲ୍ଲୀ : ବିକାଶ ଆଡ଼ଭେଂଚରର କୋଳରେ ଜନ୍ମ ନେଇଥାଏ । ମାନବଜାତିର ବିକାଶ ଯାତ୍ରାରେ କୌଣସି ନା କୌଣସି ଦୁଃସାହସିକ ପଦକ୍ଷେପ ରହିଥିବା  ପ୍ରଧାନମନ୍ତ୍ରୀ କହିଛନ୍ତି  ।

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀରେ ଥାଇ ସୁଦ୍ଧା ଜାରୀ ରଖିଛନ୍ତି  ମନକି ବାତ  । ଆଜି ଦେଶବାସୀଙ୍କ ପାଇଁ ରେଡ଼ିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚର୍ଚ୍ଚିତ ମନକି ବାତର ୪୪ତମ ସଂସ୍କରଣର ପ୍ରସାରଣ ହୋଇଛି ।

ଏଥିରେ ପ୍ରଧାନମନ୍ତ୍ରୀ ମୋଦି ସବୁପ୍ରକାର ଖେଳର ମହତ୍ୱ ଦର୍ଶାଇଥିଲେ । ସେ କହିଥିଲେ କି ବିକାଶ ଆଡ଼ଭେଂଚରର କୋଳରେ ଜନ୍ମ ନେଇଥାଏ । ମାନବଜାତିର ବିକାଶ ଯାତ୍ରାରେ କୌଣସି ନା କୌଣସି ଦୁଃସାହସିକ ପଦକ୍ଷେପ ରହିଥିବା କଥା ପ୍ରଧାନମନ୍ତ୍ରୀ ସୂଚାଇଥିଲେ । କିଛି ଲୋକ ଅତ୍ୟନ୍ତ ସାହସର ସହିତ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଛନ୍ତି । ନିକଟରେ ୬ଜଣ ଯୁବତୀ ଜାହାଜରେ ସମୁଦ୍ର ବକ୍ଷରେ ଯେଉଁ ସାହସିକତା ପ୍ରଦର୍ଶନ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ ବୋଲି ମୋଦି ଦର୍ଶାଇଥିଲେ ।

ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ରେଡ଼ିଓ ଜରିଆରେ ଦେଶବାସୀଙ୍କୁ ନିଜର ମନକି ବାତ୍ ଶୁଣାଇ ଆସୁଛନ୍ତି । ଏହାର ପ୍ରଥମ ପ୍ରସାରଣ ଅକ୍ଟୋବର ୩, ୨୦୧୪ରେ ହୋଇଥିଲା ।