ଝାରସୁଗୁଡ଼ା ବିମାନବନ୍ଦର : ଜୁଲାଇରେ ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ!

0
373
jharsuguda airport
jharsuguda airport

ଭୁୁବନେଶ୍ୱର :  ଆଗାମୀ ଜୁଲାଇ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନବନ୍ଦରର ଉଦଘାଟନ କରିପାରନ୍ତି । ବିମାନବନ୍ଦରର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଉଡ଼ାନ ଯୋଜନାରେ ନିର୍ମିତ ଝାରସୁଗୁଡ଼ା ବିମାନବନ୍ଦରର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଶା କରାଯାଉଛି ଯେ, ଆଗାମୀ କିଛି ମାସ ପରେ ଏଠାରୁ ବିମାନ ସେବା ଆରମ୍ଭ ହେବ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ଜୁଲାଇ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନବନ୍ଦରର ଉଦଘାଟନ କରିପାରନ୍ତି । ପୂର୍ବରୁ ଝାରସୁଗୁଡ଼ା ବିମାନବନ୍ଦରକୁ ଜୁନ ୨୦ରେ କାର୍ଯ୍ୟକ୍ଷମ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଏହା ଜୁଲାଇରେ ଉଦଘାଟନ ହେବ ।

ଝାରସୁଗୁଡ଼ା ବିମାନବନ୍ଦରର ନିର୍ମାଣ ପାଇଁ ୧୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥି ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ସହିତ ୯୦୯.୨୨ ଏକର ଜମି ଦେଇଛନ୍ତି । ଏଠାରୁ ୩୨୦ ଏୟାର ବସ ବିମାନ ଉଡାଣ ପାଇଁ ସକ୍ଷମ ହୋଇପାରିବ । ଉଡ଼ାଣ ଯୋଜନାରେ ଏଠାରୁ ଭୁବନେଶ୍ୱର, ରାଞ୍ଚି ଓ ରାୟପୁରକୁ ବିମାନ ସେବା ମିଳିବ । ଏୟାରଏସିଆ ୨୧ ସିଟ ବିଶିଷ୍ଟ ୨ ଇଞ୍ଜିନର ବିଚକ୍ରାଫ୍ଟ ଏୟାରକ୍ରାଫ୍ଟ(୧୯୯୦) କିଣିଛି । କୁହାଯାଉଛି ଯେ, ରାଉରକେଲା ବିମାନବନ୍ଦର ମଧ୍ୟ ଏହି ସମୟରେ ଉଦଘାଟନ ହୋଇପାରେ । ସେହିଭଳି ରାଜ୍ୟର ଅନ୍ୟତମ ୨ଟି ଏୟାର ଷ୍ଟ୍ରିପ ଉତକେଲା ଓ ଜୟପୁରରୁ ଉଡ଼ାଣ ସେବା ଖୁବ ଶୀଘ୍ର ଆରମ୍ଭ କରାଯିବା ପାଇଁ ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି ।