ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଏବେ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ ରାଜନୀତି । ସେପ୍ଟେମ୍ବର ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରହିଥିବା ବେଳେ ଏହାକୁ ନେଇ ରାଜ୍ୟ ବିଜେପି ମଧ୍ୟ ଉତ୍ସାହିତ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସରକାରୀ ହୋଇଥିଲେ ମଧ୍ୟ ଦୁଇଟି ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦାନ କରିବାରେ ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଏହି ଗସ୍ତ ସମୟରେ ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ସେହିଦିନ ତାଳଚେର ସାର କାରଖାନାର ନବୀକରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । ଦଳ ଏବେ ସମସ୍ତ ବୁଥ ଉପରେ ଫୋକସ ଦେଇଥିବା ବେଳେ ରାଜ୍ୟ ଶାସନ କ୍ଷମତାରେ ରହିଥିବା ବିଜେଡି ସରକାରଙ୍କ ବିରୋଧରେ ରାଜ୍ୟରେ ବିଜେପି ଯୁଦ୍ଧ ଦେହିଂ ଡାକରା ଦେଇଛି । ଅନ୍ୟପଟେ ଓଡିଶାକୁ ବାରମ୍ବାର କେନ୍ଦ୍ରମନ୍ତ୍ରୀ ମାନେ ଆସୁଛନ୍ତି ।
ଓଡିଶାରେ ୨୦୧୯ରେ ସାଧାରଣ ନର୍ବାଚନ ହେବାକୁ ଥିବା ବେଳେ ବିଜେପି ମିଶନ ୧୨୦ ପ୍ଲସ ନାରା ଦେଇ କାମ କରୁଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ବାରମ୍ବାର ଓଡିଶା ଆସି ଦେଇଥିବା ଟ୍ୟାକ୍ସ ର ହିସାବ ନେଉଛନ୍ତି । କଟକରେ ମୋଦିଙ୍କ ସମାବେଶ ପରେ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି ।