ପୁଲିସ ଭ୍ୟାନ୍‌ରେ ନିଅାଁ ଲଗାଇଲେ ଦୁର୍ବୃତ୍ତ

0
321
police van gutted into ash
police van gutted into ash

କଟକ  : ବୁଧବାର ଅପରାହ୍ନରେ ପୁଲିସ ଭ୍ୟାନ୍‌ରେ ନିଅାଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। କିଏ ଓ କେଉଁ ପରିସ୍ଥିତିରେ ନିଅାଁ ଲଗାଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ।

ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ପୁଲିସ ଭ୍ୟାନ୍‌ରେ ଦୁର୍ବୃତ୍ତମାନେ ବୁଧବାର ଅପରାହ୍ନରେ ନିଅାଁ ଲଗାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପିସିଆର ଭ୍ୟାନ୍‌ରେ ଏହି ନିଅାଁ ଲଗାଯାଇଛି। ନିଅାଁକୁ ଲଗାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ କିଏ ଓ କେଉଁ ପରିସ୍ଥିତିରେ ନିଅାଁ ଲଗାଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ।

କଟକରେ ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ଼ ମାରିବା ନେଇ ମଙ୍ଗଳବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଆଜି ହାଇକୋର୍ଟ ବାର ଆସୋସିଏସନ ଏକ ବୈଠକ ଡାକି ପରବର୍ତ୍ତି ସମୟରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲା। ଧାରଣା ଚାଲିଥିବା ବେଳେ ପୁଲିସ ଭ୍ୟାନ୍‌ରେ ନିଅାଁ ଲଗାଇ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ହାଇକୋର୍ଟ ଗଭର୍ଣ୍ଣିଙ୍ଗ ବଡିର ବୈଠକ ଗୁରୁବାର ଅପରାହ୍ନ ୧ଟା ୩୦ରେ ବସିିବ। ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।