୭୫୦ କୋଟି ଜନସଂଖ୍ୟାର ବିଶ୍ୱ

0
377
population
population
ଭୁବନେଶ୍ୱର  :  ସଂପ୍ରତି ବିଶ୍ୱର ଜନସଂଖ୍ୟା ୭୫୦ କୋଟିରୁ ଅଧିକ । ପ୍ରତି ୧୪ ମାସରେ ବିଶ୍ୱର ଜନସଂଖ୍ୟା  ପ୍ରାୟ ୧୦ କୋଟି ବଢିଥାଏ ।  ଆଜି ପାଳିତ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ । ୧୯୮୯ ମସିହାରୁ ପ୍ରତିବର୍ଷ ଜୁଲାଇ ୧୧କୁ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଇଥାଏ ।
ଜନସଂଖ୍ୟା ସଂପର୍କିତ ବିଭିନ୍ନ ବିଷୟକୁ ନେଇ ଜନସଚେତନତା କରିବା ଆଜିର ଦିବସ ପାଳନର ଆଭିମୁଖ୍ୟ । ସୂଚନା ଯୋଗ୍ୟ ଯେ ସଂପ୍ରତି ବିଶ୍ୱର ଜନସଂଖ୍ୟା ୭୫୦ କୋଟିରୁ ଅଧିକ । ପ୍ରତି ୧୪ ମାସରେ ବିଶ୍ୱର ଜନସଂଖ୍ୟା  ପ୍ରାୟ ୧୦ କୋଟି ବଢିଥାଏ । ଉଭୟ ପୁରୁଷ ଓ ମହିଳା ଉଭୟଙ୍କର ସୁରକ୍ଷା ଓ ସଶକ୍ତିକରଣର ବାର୍ତ୍ତା ଏହି ଦିବସରେ ପ୍ରଦାନ କରାଯାଇଥାଏ ।
ନିଜର ଉତ୍ତରଦାୟିତ୍ୱ ଓ ପ୍ରତିବଦ୍ଧତା ନବୁଝିବା ଯାଏ ବିବାହ ନକରିବା ପାଇଁ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଆଉ ଏକ ଆଭିମୁଖ୍ୟ । ୨୦୧୫ରେ ଏହି ଦିବସ ପାଳନର ଥିମ୍ ଜରୁରୀକାଳରେ ଅତି ସମ୍ବେଦନଶୀଳ ଜନସଂଖ୍ୟା ଥିବାବେଳେ ୨୦୧୪ରେ ଜନସଂଖ୍ୟା ପ୍ରଚଳନ ଏବଂ ସଂପର୍କିତ ଆହ୍ୱାନକୁ ନେଇ ଚିନ୍ତା ପାଇଁ ଏକ ସମୟ ଥିମକୁ ନେଇ ପାଳନ କରାଯାଇଥିଲା ।
ସେହିପରି ୨୦୦୯ରେ ଏହି ଦିବସର ଥିମ ଥିଲା ଗରିବ ସହିତ ଲଢେଇ କର ଏବଂ ବାଳିକାମାନଙ୍କୁ ଶିିକ୍ଷିତ କରାଅ । ଏହିପରି ପ୍ରତିବର୍ଷ ନୁଆ ନୁଆ ଥିମରେ ଏହି ଦିବସର ପରିବାର ନିୟୋଜନ, ଲିଙ୍ଗୀୟ ସମାନତା, ଦାରିଦ୍ର୍ୟ, ମାତୃ ସ୍ୱାସ୍ଥ୍ୟ ଓ ମାନବିକ ଅଧିକାରକୁ ନେଇ ସଚେତିତ କରାଯାଇଥାଏ ।