ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ : ପ୍ରଦୀପଙ୍କ ଜାଗା ନେଲେ ପ୍ରଦୀପ୍ତ ମହାପାତ୍ର

0
361
p.k mohapatra
p.k mohapatra
ଭୁବନେଶ୍ୱର : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଊାବେ ପ୍ରଦୀପ ଜେନାଙ୍କ ଜାଗା ନେଇଛନ୍ତି ପ୍ରଦୀପ୍ତ ମହାପାତ୍ର । ପୂର୍ବରୁ ମଧ୍ୟ ପ୍ରଦୀପ୍ତ ମହାପାତ୍ର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ରତ୍ନଭଣ୍ଡାର ଚାବି ହଜିବା ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ରହିବା ସହ  ସେବାୟତଙ୍କ ବିରୋଧ ଦେଖିବାକୁ ମିଳିଥିବା ବେଳେ  ବଦଳିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ବର୍ତମାନ ମୁଖା ପ୍ରଶାସକ ଊାବେ ପ୍ରଦୀପ ଜେନାଙ୍କ ଜାଗା ନେଇଛନ୍ତି ପ୍ରଦୀପ୍ତ ମହାପାତ୍ର । ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ପ୍ରଦୀପ୍ତ ମହାପାତ୍ର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।