ପ୍ରଭାତଙ୍କୁ ମିଳିଲା ନିୟମିତ ଜାମିନ

0
516
pravat got bail
pravat got bail
କଟକ : ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଆଜି ହାଇକୋର୍ଟ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ସହ ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାର ବଦଳରେ ତାଙ୍କୁ ଜାମିନ ମିଳିଛି ।

ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ଆଜି ହାଇକୋର୍ଟ ନିୟମିତ ଜାମିନ ପ୍ରଦାନ କରିଛନ୍ତି ।  ପ୍ରଭାତଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବାରୁ ଏପ୍ରିଲ ୨୪ରେ ତାଙ୍କୁ ପ୍ରଥମେ ଦୁଇ ମାସ ଅନ୍ତରୀଣ ଜାମିନ ମିଳି ଥିଲା । ତେବେ ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ନିୟମିତ ଜାମିନ ପ୍ରଦାନ କରିବାକୁ ପ୍ରଭାତଙ୍କ ପକ୍ଷରୁ ଆବେଦନ ହୋଇଥିଲା । ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଦେବାକୁ ସର୍ତ୍ତ ଥିଲା । ଏହା ସହ ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାର ବଦଳରେ ତାଙ୍କୁ ଜାମିନ ମିଳିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ସିସୋର ଚିଟଫଣ୍ଡ ଠକେଇରେ ପ୍ରଭାତଙ୍କୁ ୨୦୧୭, ସେପ୍ଟେମ୍ବର ୧୯ରେ ତାଙ୍କୁ ଗିରଫ କରାଯାଇଥିଲା । ସିସୋର ସହିତ ଜମି କିଣାବିକାରେ ୨୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ଆଧାରରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ସେ ଜେଲକୁ ଯିବା ପରେ ସ୍ୱାସ୍ଥ୍ୟଗତ କାରଣରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସସିବିକୁ  ସ୍ଥାନାନ୍ତର ହୋଇଥିଲେ । ଏସ୍‌ସିବିରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ ।