ଜୁନ ପହିଲାରୁ ପ୍ରାକ୍ ମୌସୁମୀ ବର୍ଷା ଆଶଙ୍କା

0
330
monsoon rain
monsoon rain

ଭୁୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ପହଞ୍ଚି ସାରିଥିବା ବେଳେ  ଜୁନ ପହିଲାରୁ ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ପହଞ୍ଚି ସାରିଥିବା ବେଳେ ମେ ମାସ ୨୯ କିମ୍ବା ୩୦ରେ କେରଳ ପହଞ୍ଚିପାରେ ବୋଲି ପୂର୍ବାନୁମାନ କରିଛି  ଭାରତୀୟ ପାଣିପାଗ କେନ୍ଦ୍ର । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସମୁଦ୍ର ପଟରୁ ପବନ ବହୁଥିବାରୁ ଏବଂ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଥିବାରୁ ଉପକୂଳ ଓଡିଶାରେ କମ ତାତି ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାର ବାୟୁମଣ୍ଡଳରେ ଜଳୀୟ ବାଷ୍ପ କମ ଥିବାରୁ ଅଧିକ ତାପମାତ୍ରା ଦେଖାଯାଇଛି । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହେବାର ଅନୁଭୂତ ହୋଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଜୁନ ପହିଲାରୁ ତାତି କମିବା ସହ ବର୍ଷା ହେବ । ରାଜ୍ୟର ଅଧିକାଂଶ ସ୍ଥାନରେ ତାତି କମିଥିଲେ ହେଁ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ରବିବାର ତାପମାତ୍ରା କମିଛି । ସୋନପୁର ଓ ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ତାପମାତ୍ରା ଆହୁରି ୩/୪ ଦିନ ଜାରି ରହିପାରେ । ଭବାନୀପାଟଣାରେ ରବିବାର ୪୧.୫ ଏବଂ ମାଲକାନଗିରିରେ ୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୩୬.୬, ଚାନ୍ଦବାଲିରେ ୩୭.୨, ଅନୁଗୁଳରେ ୩୮.୯, ହୀରାକୁଦରେ ୩୮.୯, ଝାରସୁଗୁଡ଼ାରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।