କୋଲକାତା : ହେଲିପ୍ୟାଡରେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଫୁଲତୋଡ଼ା ଓ ସାଲ ନେଇ ଆଗକୁ ବଢ଼ୁଥିବା ବେଳେ ମମତାଙ୍କୁ ସଠିକ ରାସ୍ତା ଦେଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କୋଲକାତାରେ ବିଶ୍ଵ ଭାରତୀ ବିଶ୍ଵ ବିଦ୍ୟାଳୟର ୪୯ ତମ ଦୀକ୍ଷାନ୍ତ ସମାରୋହରେ ସାମିଲ ହେବାକୁ ପହଞ୍ଚିଥିଲେ । କୋଲକାତାରେ ଶାନ୍ତି ନିକେତନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ଵାଗତ କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ହେଲପ୍ୟାଡରେ ପହଞ୍ଚିବା ପରେ ତାଙ୍କୁ ସ୍ଵାଗତ କରିବା ପାଇଁ ମମତା ଆଗକୁ ବଢିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଗକୁ ବଢିଥିଲେ, ସେହି ସମୟରେ ତାଙ୍କର ଧ୍ୟାନ ପାଉଡର ଦ୍ଵାରା ଢକା ଯାଇଥିବା ମାଟି ଉପରେ ପଡ଼ିଥିଲା। ସେ ଜାଣି ପାରିଲେ ଯେ ଏହି ଅଂଶ କାଦୁଅ ରହିଛି। ଏହା ମଧ୍ୟରେ ମମତା ବାନାର୍ଜୀ ନିଜର ସୁରକ୍ଷା କର୍ମୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଡକୁ ସେହି ରାସ୍ତା ଦେଇ ଆସୁଥିଲେ। ମମତାଙ୍କୁ ସେହି ରାସ୍ତାରେ ଆସୁଥିବା ଦେଖି ମୋଦୀ ହାତରେ ଇସାରା କରି ଅଟକିବାକୁ କହିଥିଲେ ଏବଂ ଅନ୍ୟ ରାସ୍ତାରେ ଆସିବାକୁ ଇସାରା କରିଥିଲେ।
ହେଲିପ୍ୟାଡରେ ସର୍ବ ପ୍ରଥମେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ତାଙ୍କର ସ୍ଵାଗତ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଫୁଲତୋଡ଼ା ଓ ସାଲ ନେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବାକୁ ପହଞ୍ଚିଥିଲେ।