ଆଖି ମାରିଲେ ମିଳିବ ଦଣ୍ଡ

0
372
punishment for eye wink in college
punishment for eye wink in college
ଭୁବନେଶ୍ୱର : ରାଗିଂ କରିବା ଏପରିକି କଲେଜ ପରିସରରେ ଆଖି ମାରିଲେ ମିଳିବ ଦଣ୍ଡ  । ଏ ନେଇ ସବୁ ଶିକ୍ଷାନୁଷ୍ଠାନକୁ ସର୍କୁଲାର ଜାରି କରିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ  କହିଛନ୍ତି ।

କଲେଜରେ ଛାତ୍ରଛାତ୍ରୀଙ୍କୁ କରାଯାଉଥିବା ରାଗିଂକୁ ନେଇ ସଂସଦରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ମନ୍ତ୍ରୀ ପ୍ରକାଶ ଜାଭେଦକର ଉତ୍ତର ରଖିବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି । ରାଗିଂକୁ ନେଇ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ କଡ଼ା ଆଭିମୁଖ୍ୟ ରଖିଛନ୍ତି । କଲେଜ ପରିସରରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।

କଲେଜ ପରିସରରେ ଜୁନିୟର ଛାତ୍ରଛାତ୍ରୀଙ୍କୁ ରାଗିଂ କରିବା ଏପରିକି ଆଖି ମାରିଲେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ସବୁ ଶିକ୍ଷାନୁଷ୍ଠାନକୁ ସର୍କୁଲାର ଜାରି କରିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୩ରୁ ୧୭ ମଧ୍ୟରେ ଓଡ଼ିଶାରେ ୨୦୭ଟି ଅଭିଯୋଗ ଦାଖଲ ହୋଇଛି । ସେଥିମଧ୍ୟରୁ ଅଧିକାଂଶ ଅଭିଯୋଗ ବିପିୟୁଟି ଅଧିନରେ ଥିବା କଲେଜ ଗୁଡ଼ିକରୁ ଆସିଛି । ୨୦୧୫ରେ ୩୦, ୨୦୧୬ରେ ୨୮ ଓ ୨୦୧୭ରେ ୪୬ଟି ରାଗିଂ ଅଭିଯୋଗ ଆସିଥିବା କେନ୍ଦ୍ର ମନ୍ତ୍ରୀ ତଥ୍ୟ ରଖିଛନ୍ତି ।