ଗ୍ରାହକ ଆକାଶ ବନିଆପାରାର ଜଣେ ଦୋକାନୀ ଅରୁଣ ଜୈନଙ୍କ ଦୋକାନରୁ ୨୦୧୭ ଅକ୍ଟୋବର ୧୭ତାରିଖରେ ୨ଟି ରୁମାଲ କିଣି ଥିଲେ । ଏହା ବଦଳରେ ସେ ଦୋକାନୀକୁ ଦୁଇଟି ୧୦ ଟଙ୍କିଆ ମୁଦ୍ରା ଦେଇଥିଲେ । କିନ୍ତୁ ଦୋକାନୀ ଜଣକ ୧୦ଟଙ୍କିଆ ମୁଦ୍ରା ବଜାରରେ ନଚାଲିବାର କାରଣ ଦର୍ଶାଇ ମୁଦ୍ରା ନେବା ପାଇଁ ମନା କରିଥିଲେ ।
ଗ୍ରାହାକ ଜଣକ ଦୋକାନୀକୁ କହିଥିଲା ଯେ, କଲେକ୍ଟର ମୁରୈନଙ୍କ ଆଦେଶ ରହିଛି ଯେ ୧୦ଟଙ୍କିଆ ମୁଦ୍ରା ନେବା ପାଇଁ କେହି ମନା କରି ପାରିବେ ନାହିଁ ଏବଂ ଏହା ବଜାରର ଚାଲୁଛି । କିନ୍ତୁ ଦୋକାନୀ ଗ୍ରାହାକର କଥା ନଶୁଣି ରୁମାଲ ଫେରାଇ ତାକୁ ସେଠାରୁ ଚାଲି ଯିବା ପାଇଁ କହିଥିଲା । ଏହାପରେ ଗ୍ରାହାକ ଜଣକ ପୁଲିସ ଥାନାରେ ଏହାର ଅଭିଯୋଗ କରିବା ପରେ ପୁଲିସ ଅରୁଣ ଜୈନଙ୍କ ଉପରେ କଲେକ୍ଟରଙ୍କ ଆଦେଶକୁ ଅବମାନନା କରିବା ଅଭିଯୋଗରେ ଦୋକାନୀକୁ ଗିରଫ କରି ଅଦାଲତରେ ହାଜର କରାଇଥିଲା ।
ଜୈରାର ନ୍ୟାୟିକ ମାଜିଷ୍ଟ୍ରେଟ ଜେପି ଚିଡାରଙ୍କ ଅଦାଲତ ଦୋକାନୀ ଅରୁଣ ଜୈନଙ୍କୁ ଆଇପିସି ଧାରା ୧୮୮ ଆଧାରରେ କଲେକ୍ଟରଙ୍କ ଆଦେଶକୁ ଅବହେଳା କରିବା ହେତୁ ୨୦୦ ଟଙ୍କା ଜୋରିମନା ଦେବା ଦଣ୍ଡରେ ଦଣ୍ଡିତ କରିଥିଲେ ।