ଦୁଷ୍କର୍ମକାରୀକୁ ୨୪ ଘଣ୍ଟାରେ ଦଣ୍ଡ

0
283
rape victim
rape victim
ଉଜ୍ଜୟିନୀ : ଜଣେ ଶିଶୁ ସହିତ ଦୁଷ୍କର୍ମ କରିଥିବା ନାବାଳକକୁ ସ୍ଥାନୀୟ ଏକ ଜୁଭେନାଇଲ କୋର୍ଟ ଦୁଇ ବର୍ଷର ଦଣ୍ଡ ଶୁଣାଇଛି । ଚାର୍ଜସିଟ୍ ଦାଖଲ ହେବାର ୨୪ ଘଣ୍ଟା ନଯାଉଣୁ ଦଣ୍ଡ ଘୋଷଣା ହୋଇଛି ।

 ମଧ୍ୟପ୍ରଦେଶରେ ଦୁଷ୍କର୍ମ ମାମଲାକୁ ନେଇ ଅଦାଲତରେ ଚାର୍ଜସିଟ୍ ଦାଖଲ ହେବାର ୨୪ ଘଣ୍ଟା ନଯାଉଣୁ ଦଣ୍ଡର ଘୋଷଣା ହୋଇଛି । ୨୪ ଘଣ୍ଟା ଭିତରେ ଦଣ୍ଡ ଶୁଣାଣୀ ହୋଇଥିବାରୁ ସୃଷ୍ଟି ହୋଇଛି ନିଆରା ଉଦାହରଣ ।

ସୋମବାର ଦିନ ଏହି ଘଟଣାକୁ ନେଇ ପୋଲିସ ଅଦାଲତରେ ଚାର୍ଜସିଟ୍ ଦାଖଲ କରିବା ପରେ ଅଦାଲତ ତୁରନ୍ତ ସେହିଦିନ ହିଁ ଦୋଷୀକୁ ଦଣ୍ଡ ଶୁଣାଇ ଦେଇଛନ୍ତି । ଗତ ଅଗଷ୍ଟ ୧୫ ତାରିଖ ଦିନ ଘାଟିୟା ପୋଲିସ ଥାନା ଅଂଚଳରେ ଜଣେ ନାବାଳିକା ଝିଅକୁ ତାର ପଡ଼ୋଶୀ ୧୪ ବର୍ଷର ବାଳକ ସହିତ ଖେଳୁଥିଲା । ବାଳକଟି ଝିଅଟିକୁ ଏକାକୀ ପାଇ ତାକୁ ଦୁଷ୍କର୍ମ କରିଥିଲା ।

ବାଳକଟି ଦୁଷ୍କର୍ମ ପରେ ଫେରାର ହୋଇଯାଇଥିଲା । ଅଗଷ୍ଟ ୧୬ ରାତିରେ ଚୌମହଲା ଅଂଚଳରୁ ତାର ଜଣେ  ସଂପର୍କିୟଙ୍କ ଘରୁ ତାକୁ ଠାବ କରିଥିଲା । ଏହି ଘଟଣା ପରେ ପୋଲିସ ଦ୍ରୃତ ତଦନ୍ତ କରିଥିଲା । ୪ଦିନ ଭିତରେ ପୋଲିସ ତଦନ୍ତ ସାରି ଚାର୍ଯ୍ୟ ସିଟ ପ୍ରସ୍ତୁତ କରିପାରିଥିଲା । ଅଦାଲତ ଘଣ୍ଟାଏ ଭିତରେ ବିଚାର ଶୁଣାଇଥିଲେ । ଏହା ପୂର୍ବରୁ ଅଗଷ୍ଟ ୮ରେ ମଧ୍ୟପ୍ରଦେଶର ଜତିୟାରେ ୩ଦିନ ମଧ୍ୟରେ ଆଉ ଏକ ଦୁଷ୍କର୍ମ ମାମଲାର ଦଣ୍ଡ ପ୍ରଦାନ କରାଯାଇଥିଲା ।