ଅକ୍ଟୋବରରେ ଓଡିଶା ଆସିବେ ରାହୁଲ

0
428
rahul to visit odisha in october
rahul to visit odisha in october
ଭୁବନେଶ୍ୱର : ଆସନ୍ତା ଅକ୍ଟୋବରରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଆସୁଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ କେତେ ତାରିଖରେ ରାହୁଲ ଆସିବେ ସେନେଇ ପିସିସି ସଭାପତି ସ୍ପଷ୍ଟ କରି ନାହାନ୍ତି ।

ରାଜ୍ୟରେ ସଂଗଠନକୁ ସଜାଡିବା ପାଇଁ କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ପ୍ରୟାସ । ଏହି ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବରରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଆସୁଛନ୍ତି । ଏହା ପରେ ନଭମ୍ବେରରେ ମଧ୍ୟ ରାହୁଲ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି  ।ତେବେ କେତେ ତାରିଖରେ ରାହୁଲ ଆସିବେ ସେନେଇ ପିସିସି ସଭାପତି ନିରଞ୍ଜନ କିଛି ସ୍ପଷ୍ଟ କରି ନାହାନ୍ତି ।

ଗତ କିଛି ବର୍ଷ ଧରି ରାଜ୍ୟରୁ ଏକ ପ୍ରକାର ନିଶ୍ଚିହ୍ନ ହୋଇ ଯାଇଥିବା କଂଗ୍ରେସ ପାଇଁ ନିରଞ୍ଜନ ଦେବଦୂତ ସାଜିଥିଲେ । ସେ ପିସିସି ସଭାପତି ହେବା ପରଠାରୁ ଦଳ ବର୍ତମାନ ପୂର୍ବାପେକ୍ଷା ସକ୍ରିୟ ହୋଇଛି । ଅନେକ କର୍ମୀ ଏବଂ ନେତା ଦଳରେ ସାମିଲ ହେଉଛନ୍ତି । ଏପରି କି ଅନେକ ସମୟରେ ଦଳ ତରଫରୁ ମିଶ୍ରଣ ପର୍ବ ମଧ୍ୟ ଆୟୋଜନ କରାଯାଉଛି ।