ନକଲି ଗୁଟଖା କାରଖାନାରେ ଚଢଉ : ୪ ଗିରଫ

0
420
duplicate gutkha
duplicate gutkha
ଭଦ୍ରକ : ନକଲି ଗୁଟଖା କାରଖାନା ଉପରେ ଚଢଉ କରି ଲକ୍ଷାଧିକ ଟଙ୍କାର ଗୁଟଖା ସହ ଜର୍ଦ୍ଦା ତିଆରି ମେସିନ୍ ଓ ଲୋଗୋ ଜବତ କରିଛି ପୋଲିସ । ଏହି ବ୍ୟବସାୟରେ ସଂପୃକ୍ତ ଥିବା ଚାରି ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

 ଗୁଟଖା ବର୍ଜନ ପାଇଁ ସରକାରଙ୍କ ପକ୍ଷରୁ ଧରପଗଡ ସହ ଛାନଭିନ ଜାରି ରହିବା ସହ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବାବେଳେ ଚୋରା ଭାବରେ ଗୁଟଖା ବ୍ୟବସାୟ ବେଧକଡ୍ ଚାଲୁଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ପୁରୁଣା ବଜାରର ଚନ୍ଦନବଜାର ଓ ସରକାର ସରକାରନଗର ଅଞ୍ଚଳରେ ଚଢଉ କରି ନକଲି ଗୁଟଖା କାରଖାନା ଠାବ କରିଛି ପୁରୁଣାବଜାର ପୋଲିସ।

ଦୀର୍ଘଦିନ ଧରି ଏହି କାରଖାନା ଚାଲୁଥିବାବେଳେ ଗତକାଲି ପୋଲିସ କାରଖାନା ଉପରେ ଚଢଉ କରି ଲକ୍ଷାଧିକ ଟଙ୍କାର ଗୁଟଖା ସହ ଜର୍ଦ୍ଦା ତିଆରି ମେସିନ୍ ଓ ଲୋଗୋ ଜବତ କରିଛି । ଏହି ବ୍ୟବସାୟରେ ସଂପୃକ୍ତ ଥିବା ଚାରି ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କାରଖାନାରେ ବିଭିନ୍ନ ବ୍ରାଣ୍ଡର ଲେବଲ ଲଗାଇ ବଜାରକୁ ଏହି ଗୁଟଖା ଛଡା ଯାଉଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ତେବେ ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ୪ ଜଣ ଏହି ମାମଲାରେ ପୂର୍ବରୁ ମଧ୍ୟ ଗିରଫ ହୋଇଥିଲେ ।