ସରକାର କରିବେ ନିୟନ୍ତ୍ରଣ ଔଷଧର ଦାମ୍

0
456
medicines rate will be controlled by govt
medicines rate will be controlled by govt
ନୂଆଦିଲ୍ଲୀ :  ସମସ୍ତ ଔଷଧର ଦାମ୍ କମ୍ପାନୀ ନୁହେଁ ବରଂ ସରକାର ନିୟନ୍ତ୍ରଣ କରିବେ । ନୀତି ଆୟୋଗ ଚଳିତ ଥର ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି ।କ୍ୟାବିନେଟ୍  ମଞ୍ଜୁର ପରେ ତେବେ ଏହାକୁ ଦେଶ ସାରା ଲାଗୁ କରାଯିବ ।

ବହୁତ ଜଲଦି ମେଡିକାଲ ଷ୍ଟୋରରେ ବିକ୍ରି କରାଯାଉଥିବା ସମସ୍ତ ଔଷଧର ଦାମ୍ କମ୍ପାନୀ ନୁହେଁ ବରଂ ସରକାର କମ୍ କରିବେ । ଏହାସହ ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ବିକା ଯାଉଥିବା ଔଷଧର ଦର ଉପରେ ଅଙ୍କୁଶ ଲଗାଇବେ ସରକାର ।

କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଚଳିତ ଥର ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି । ଏବି ପ୍ରସ୍ତାବକୁ ବହୁତ ଜଲଦି ସରକାରଙ୍କ ନିକଟକୁ ମଞ୍ଜୁରି ପାଇଁ ପଠାଯିବ । ଯଦି କ୍ୟାବିନେଟ୍ ପ୍ରସ୍ତାବକୁ ମଞ୍ଜୁର କରେ ତେବେ ଏହାକୁ ଦେଶ ସାରା ଲାଗୁ କରାଯିବ । ଏହି ପ୍ରସ୍ତାବ ଅନୁସାରେ ସଠିକ୍ ଦରରେ ଔଷଧକୁ ବିକ୍ରି କରାଯିବ ।

ବର୍ତମାନ ବଜାରରେ ଏପରି ଅନେକ ଔଷଧ ଅଛି, ଯାହାକୁ ବିକ୍ରି କରି କମ୍ପାନୀମାନେ ବହୁତ ଲାଭ କମାଉଛନ୍ତି । ଏହାକୁ ରୋକିବା ପାଇଁ ନୀତି ଆୟୋଗର ପରାମର୍ଶରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏକ ଉପାୟ ବାହାର କରିଛନ୍ତିା  ନୀତି ଆୟୋଗ ବହୁ ପୂର୍ବରୁ ଔଷଧର ଦାମକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲା । ସରକାରଙ୍କୁ ଲାଗୁଛି କି ଏପରି କରିବା ଦ୍ୱାରା ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଏହଂ ବେସରକାରୀ ମେଡିକାଲ ମଧ୍ୟରେ ହେଉଥିବା ଡିଲ୍ ଉପରେ ଲଗାମ ଲାଗିବ ଏବଂ ରୋଗୀଙ୍କୁ ଉଚିତ୍ ମୂଲ୍ୟରେ ଔଷଧ ମିଳିବ ।

ଔଷଧର ମୂଲ୍ୟ ନିର୍ଧାରଣ କରୁଥିବା ସଂସ୍ଥା ଏନପିଏ କେବଳ ଜୀବନରକ୍ଷକ ଔଷଧର ଦାମ୍ ନିର୍ଧାରଣ କରିଥାଏ । ଦେଶରେ ପାଖାପାଖି ଏକ ଲକ୍ଷ କୋଟି ଟଙ୍କାର ବେସରକାରୀ ଔଷଧ କାରବାର ହୋଇଥାଏ, ଯେଉଁଥିରୁ ମାତ୍ର ୧୭ ପ୍ରସିଶତର ଦର ନିୟନ୍ତ୍ରଣ କରା ଯାଇଥାଏ ।