ରତ୍ନଭଣ୍ଡାର ଚାବି ହଜିବା ଘଟଣା : ହାଇକୋର୍ଟ ଗଲା ବିଜେପି

0
440
hc odisha
hc odisha
ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ଘଟଣା ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ବିଜେପି ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଶ୍ରୀମନ୍ଦିର ପରିଚାଳନା ତ୍ରୁଟି ଓ ଅବ୍ୟବସ୍ଥା ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣୀ ଚାଲିଥିବା ବେଳେ ଏବେ ଆଉ ଏକ ମାମଲା ହାଇକୋର୍ଟରେ ପହଁଚିଛି । ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ବିଜେପି ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦଳର ଉପସଭାପତି ସମୀର ମହାନ୍ତି ମାମଲାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଥିବା ନେଇ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଭାରତୀୟ ଜନତା ପାର୍ଟୀ ସିବିଆଇ ତଦନ୍ତ ଦାବି କରିଛି । ମୁଖ୍ୟମନ୍ତ୍ରୀ, ପୋଲିସ ମହା ନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ ମାମଲାରେ ପକ୍ଷଭୁକ୍ତ କରିବାକୁ ପିଟିସନରେ ଦାବି କରାଯାଇଛି । ଏ ନେଇ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଚାବି ହଜିବା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜଷ୍ଟିସ ରଘୁବୀର ଦାସ କମିଶନଙ୍କୁ ତଦନ୍ତ କରି ତିନି ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।