ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କମିସନ ନେଇ ଆଜି ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଟର୍ମସ ଅଫ୍ ରେଫରେନ୍ସ ମଧ୍ୟ ପ୍ରକାଶ ପାଇଛି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ରାଜ୍ୟ ସରକାର ପୂର୍ବରୁ ତଦନ୍ତ କମିସନ ଗଠନ ଘୋଷଣା କରିଥିବା ବେଳେ ଆଜି ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତଦନ୍ତ କମିସନ ଗଠନ ସହ ଟର୍ମସ ଅଫ୍ ରେଫରେନ୍ସ ମଧ୍ୟ ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କେଉଁ କାରଣ ଓ କେଉଁ ପରିସ୍ଥିତିରେ ମିଳୁନଥିଲା ସେ ନେଇ କମିସନ ତଦନ୍ତ କରିବ। ଚାବି ନମିଳିବା ନେଇ କେଉଁ ବ୍ୟକ୍ତି ବା ଗୋଷ୍ଠୀ ଦାୟୀ ସେ ନେଇ ତଦନ୍ତ ହେବ । ଘଟଣାର ପୁନରାବୃତ୍ତି ଯେମିତି ନହେବ ସେ ବ୍ୟବସ୍ଥା ବି କମିସନ କରିବେ । ୩ ମାସ ମଧ୍ୟରେ ତଦନ୍ତ କରି ସରକାରଙ୍କୁ କମିସନ ରିପୋର୍ଟ ପ୍ରଦାନ କରିବ।