ମାହିସାଇ : ଥାଇଲାଣ୍ଡର ୪ ଜଣଙ୍କୁ ଗୁମ୍ଫାରୁ ଉଦ୍ଧାର କରାଯାଇଛି। ଖେଳାଳିଙ୍କୁ ବଞ୍ଚାଇବା ପାଇଁ ଗତ ଅନେକ ଦିନରୁ ଉଦ୍ୟମ ଜାରି ରହିଛି ।
ଥାଇଲାଣ୍ଡର ଏକ ଗୁମ୍ଫାରେ ଫସିଥିବା ୧୨ ଜଣ ଜୁନିୟର ଫୁଟବଲ ଖେଳାଳି ଓ ତାଙ୍କର କୋଚଙ୍କ ମଧ୍ୟରୁ ୪ ଜଣଙ୍କୁ ଗୁମ୍ଫାରୁ ଉଦ୍ଧାର କରାଯାଇଛି। ଏହି ଖେଳାଳିଙ୍କୁ ବଞ୍ଚାଇବା ପାଇଁ ଗତ ଅନେକ ଦିନରୁ ଉଦ୍ୟମ ଜରି ରହିଥିଲା। ୧୩ ବିଦେଶୀ ବୁଡାଳି ଏବଂ ଥାଇଲାଣ୍ଡ ନେଭି ସେଲର ୫ ବୁଡାଳି ଏହି ଖେଳାଳିଙ୍କ ଉଦ୍ଧାର ପାଇଁ ଅଭିଯାନରେ ସାମିଲ ଥିଲେ। ପ୍ରତ୍ୟେକ ପିଲାଙ୍କୁ ବାହାରକୁ ଆଣିବା ପାଇଁ ଦୁଇ ଜଣ ବୁଡାଳିଙ୍କୁ ନିୟୋଜିତ କରାଯାଇଛି।
ସୂଚନାଯୋଗ୍ୟ ଖେଳାଳି ଓ କୋଚଙ୍କୁ ଗୁମ୍ଫାରୁ ବାହାର କରିବା ପାଇଁ ଅଭିଯାନରେ ୧୩ ବିଦେଶୀ ବୁଡ଼ାଳି ଏବଂ ୫ ଥାଇ ନେଭି ସେଲର ବୁଡାଳିଙ୍କୁ ଭିତରକୁ ପଠାଯାଇଛି। ଶନିବାର ସକାଳେ ଥାଇଲାଣ୍ଡ ନେଭିର ବୁଡ଼ାଳିଙ୍କ ଏକ ଦଳ ଗୁମ୍ଫାରୁ ଲିଖିତ ସନ୍ଦେଶ ନେଇ ଫେରି ଆସିଥିଲେ। ବରିଷ୍ଠ ଅଧିକାରୀଙ୍କ କହିବା କଥା ଗୁମ୍ଫାରେ ଅକ୍ସିଜେନର ଲାଇନ ବିଛାଇ ଦିଆଯାଇଛି, ଯେମିତି ପିଲାଙ୍କୁ ନିଶ୍ଵାସ ପ୍ରଶ୍ଵାସରେ କୌଣସି ଅସୁବିଧା ନହୁଏ। ଉଲ୍ଲେଖଯୋଗ୍ୟ ଏହି ସବୁ ପିଲା ଓ ତାଙ୍କର କୋଚ୍ ଜୁନ ୨୩ ସନ୍ଧ୍ୟାରେ ଫୁଟବଲ ଅଭ୍ୟାସ କରିବା ପରେ ଦେଖିବାକୁ ଆସିଥିଲେ, ମାତ୍ର ଭୀଷଣ ବର୍ଷା କାରଣରୁ ଗୁମ୍ଫାରେ ପାଣି ଜମି ଥିଲା ଏବଂ ସେମାନେ ଭିତରେ ଫସି ଯାଇଥିଲେ। ନଅ ଦିନ ପରେ ଉଦ୍ଧାରକାରୀଙ୍କ ଏକ ଦଳ ସେମାନଙ୍କୁ ଖୋଜି ବାହାର କରିଥିଲେ।