ହଦଗଡ଼ ଜଙ୍ଗଲକୁ ନିଆଗଲା ଉଦ୍ଧାର ୧୩୬ଟି ନାଗସାପ

0
361
136 snakes rescued
136 snakes rescued
ଭଦ୍ରକ : ସମସ୍ତ ୧୩୬ଟି ଉଦ୍ଧାର ନାଗସାପକୁ କେନ୍ଦୁଝର ହଦଗଡ଼ ଜଙ୍ଗଲକୁ ନିଆଯାଇଥିବା ବେଳେ ଆସନ୍ତାକାଲି ମଧ୍ୟ ସେଠାରେ ନାଗସାପ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି ।

 ଭଦ୍ରକ ଜିଲ୍ଲାର ଜିଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ଶାମପୁର ପାଇକସାହି ଗ୍ରାମର ବିଜୟ ସାହୁଙ୍କ ଘରୁ ପୁଣି ଥରେ ଏକାଧିକ ନାଗ ସାପ ଉଦ୍ଧାର କରାଯାଇଛି । ଶନିବାର ଦିନ ତାଙ୍କ ଘରୁ ୧୨୦ଟି ସାପ ଉଦ୍ଧାର କରାଯାଇଥିଲା ବେଳେ ଆଜି ଆଉ ୧୬ଟି ସାପ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ ଟିମ୍ । ସମସ୍ତ୧୩୬ଟି ଉଦ୍ଧାର ନାଗସାପକୁ କେନ୍ଦୁଝର ହଦଗଡ଼ ଜଙ୍ଗଲକୁ ନିଆଯାଇଥିବା ବେଳେ ଆସନ୍ତାକାଲି ମଧ୍ୟ ସେଠାରେ ନାଗସାପ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି ।

ପ୍ରକାଶ ଥାଉକି, ବିଜୟଙ୍କ ପଡୋଶୀ ସନ୍ତୋଷ ଭୂୟାଁଙ୍କ ଘରେ ପ୍ରାୟ ୨୦ ବର୍ଷ ପୂର୍ବେ ଏକ ଉଇହୁଙ୍କା ଥିବା ବେଳେ ସେଠାରେ ପୂଜାର୍ଚ୍ଚନା କରାଯାଉଥିଲା । ପରବର୍ତୀ ସମୟରେ ସନ୍ତୋଷଙ୍କ ଘରେ ଅଗ୍ନିକାଣ୍ଡ ଘଟି ଘର ଭସ୍ମୀଭୂତ ହୋଇଯିବା ପରେ ବିଜୟଙ୍କ ଘରେ ଏହି ଉଇହୁଙ୍କାଟି ଆରମ୍ଭ ହୋଇଥିଲା । ହୁଙ୍କାରେ ନାଗସାପ ଯିବା ଆସିବା କରୁଥିବା ଦେଖିଥିଲେ । ପରେ ବିଜୟଙ୍କ ପରିବାର ଲୋକ ଉଇହୁଙ୍କାକୁ ପୂଜାର୍ଚ୍ଚନା କରୁଥିଲେ ।

ଦୀର୍ଘ ବର୍ଷ ପରେ ଗତକାଲି ବିଜୟଙ୍କ ଘରେ ପ୍ରାୟ ୪/୫ଟି ନାଗସାପ ଛୁଆ ଖେଳୁଥିବା ପରିବାର ଲୋକ ଦେଖିଥିଲେ । ଭୟଭୀତ ହୋଇ ଭଦ୍ରକର ସ୍ନେକ ହେଲପ ନାଇନର ସେକ ମିର୍ଜାକୁ ଖବର ଦେଇଥିଲେ । ସେକ ମିର୍ଜା ଘଟଣାସ୍ଥଳେ ପହଂଚି ଗତକାଲି ଓ ଆଜି ବିଜୟଙ୍କ ମାଟିଘରର ବିଭିନ୍ନ ବଖରାରୁ ଖୋଳି ପ୍ରାୟ ୧୩୬ଟି ନାଗସାପ ଛୁଆ ଜବତ କରିଥିଲେ । ତେବେ ଧାମନଗରରେ ଶତାଧିକ ସାପ ଦେଖିବାରୁ ବିଜୟଙ୍କ ଘର ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଖବରପାଇ ପୁଲିସ ଓ ବନ ବିଭାଗ ଘଟଣାସ୍ଥଳେ ପହଞ୍ଚିଥିଲେ ।