ଭୁବନେଶ୍ୱର : ଅନୁଦାନପ୍ରାପ୍ତ ସ୍କୁଲ, କଲେଜର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ବକେୟା ପେନ୍ସନ୍।ଏହି ମର୍ମରେ ଟ୍ରେଜେରୀ ନିର୍ଦ୍ଦେଶାଳୟ ଓ କ୍ରୋଲର ଅଫ୍ ଆକାଉଣ୍ଟସ ଅର୍ଥ ବିଭାଗ ଦ୍ୱାରା ନିର୍ଦ୍ଦେଶନାମା ଜାରୀ କରାଯାଇଛି ।
ସପ୍ତମ ବେତନ କମିଶନ ସୁପାରିଶ ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ପେନସନ୍ ଓ ଫ୍ୟାମିଲି ପେନସନ୍ ବକେୟା ପ୍ରଦାନ କରାଯିବ। ଅର୍ଥ ବିଭାଗର ମଂଜୁରୀ କ୍ରମେ ୨୦୧୬ ଜାନୁଆରୀ ୧ରୁ ୨୦୧୭ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ବକେୟା ରାଶି ପ୍ରଦାନ କରାଯିବ। ଅର୍ଥ ବିଭାଗ ଦ୍ୱାରା ଆଗତ ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ମଞ୍ଜୁର କରିଛନ୍ତି । ଏହି ମର୍ମରେ ଟ୍ରେଜେରୀ ନିର୍ଦ୍ଦେଶାଳୟ ଓ କ୍ରୋଲର ଅଫ୍ ଆକାଉଣ୍ଟସ ଅର୍ଥ ବିଭାଗ ଦ୍ୱାରା ନିର୍ଦ୍ଦେଶନାମା ଜାରୀ କରାଯାଇଛି ।