ବଢ଼ିଛି ବିନିଯୋଗ ୧୯ ପ୍ରତିଶତ, ରାଜସ୍ୱ ଆୟ ୨୯ ପ୍ରତିଶତ

0
444
budget transaction
budget transaction

ଭୁବନେଶ୍ୱର : ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ପ୍ରଥମ ତିନି ମାସରେ ବଜେଟ ଅର୍ଥ ବିନିଯୋଗ ଗତବର୍ଷ ତୁଳନାରେ ୧୯ ପ୍ରତିଶତ ବୃଦ୍ଧି ପାଇଛି । ରାଜସ୍ୱ ଆଦାୟ ମଧ୍ୟ ୨୯ ପ୍ରତିଶତ ଅଧିକ ହୋଇଛି ।
ଚଳିତ ଆର୍ଥିକ ବର୍ଷର ଏପ୍ରିଲ, ମେ ଓ ଜୁନ ମାସର ରାଜସ୍ୱ ପ୍ରଦର୍ଶନ ଗତ ବର୍ଷ ଏହି ସମୟ ତୁଳନାରେ ଭଲ ରହିଥିବା ସମୀକ୍ଷା ବୈଠକରୁ ଜଣାପଡିଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ସଂପର୍କିତ ସମୀକ୍ଷାରୁ ଜଣାପଡିଛି ଯେ ଗତ ବର୍ଷ ଏହି ତିନି ମାସରେ ବଜେଟ ଅର୍ଥ ବିନିଯୋଗ ୧୧,୪୦୯ କୋଟି ଟଙ୍କା ହୋଇଥିବାବେଳେ ୧୩,୫୯୧ କୋଟି ଟଙ୍କା ବିନିଯୋଗ କରାଯାଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୧୯ ପ୍ରତିଶତ ଅଟେ । ସାମଜିକ ବିକାଶ କ୍ଷେତ୍ରରେ ଗତ ବର୍ଷ ତୁଳନାରେ ୬୫ ପ୍ରତିଶତ ବିନଯୋଗ ଅଧିକ ହୋଇଛି । ସେହପରି କୃଷି, ଭିତିଭୂମୀ କ୍ଷେତ୍ରରେ ମଧ୍ୟ ଭଲ ବିନିଯୋଗ ହୋଇଥିବା ଜଣାପଡିଛି । ରାଜସ୍ୱ ଆଦାୟ ମଧ୍ୟ ଅନରୂପ ଭାବେ ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷର ଏହି ୩ ମାସ ମଧ୍ୟରେ ୬୯୩୬ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ଏହି ସମୟ ମଧ୍ୟରେ ୮୯୨୮ କୋଟି ଟଙ୍କା ଆଦାୟ ହୋଇଛି । ତନ୍ମଧ୍ୟରୁ ନିଜସ୍ୱ ରାଜସ୍ୱ ୬୪୪୫.୫୨ କୋଟି ଟଙ୍କା ହୋଇଥିବା ବେଳେ୨୪୮୨.୩୪ କୋଟି ଟଙ୍କା ଅଣ-ଟିକସ ରାଜସ୍ୱ ରହିଛି । ରାଜସ୍ୱ ବୃଦ୍ଧି କ୍ଷେତ୍ରରେ ଖଣିଜ ରାଜସ୍ୱ ଅଧିକ ରହିଛି । ଗତବର୍ଷ ୧୨୭୬ କୋଟି ଟଙ୍କା ଖଣିରୁ ମିଳିଥିବା ବେଳେ ଚଳିତ ବର୍ଷ ୨୧୫୭ କୋଟି ଟଙ୍କା ଆଦାୟ ହୋଇଛି । ଯାହାକି ଗତବର୍ଷ ତୁଳନାରେ ୬୯ ପ୍ରତିଶତ ଅଧିକ । ଖଣିଜ ଉତ୍ପାଦିତ ଅଂଚଳରେ ଜିଳ୍ଲା ଖଣିଜ ପାଣ୍ଠିର ଠିକଣା ଉପଯୋଗ କରିବା ଉପରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ, କୃଷି ଉତ୍ପାଦ କମିଶନର ଗଗନ ଧଳ, ଅତିରିକ୍ତ ଶାସନ ସଚିବ ତୁହିନିକାନ୍ତ ପାଣ୍ଡେ, ସୁରେଶ ମହାପାତ୍ର, ଅସିତ ତ୍ରିପାଠୀ, ଏଲ.ଏନ୍ ଗୁପ୍ତାଙ୍କ ସମେତ ବିଭାଗୀୟ ସଚିବ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ ।