ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଆଖଡାଶାଳି ଗାଁ ନିକଟ ଦେଇ ଯାଇଥିବା ମହାନଦୀରେ ଓଡ଼ିଶାର ପ୍ରଥମ ନଦୀ ବନ୍ଦର। ଦୁଇଟି ପର୍ଯ୍ୟାୟରେ କ୍ଷମତା ୪୫.୮୮ ମିଲିୟନ ଟନକୁ ବୃଦ୍ଧି କରାଯିବ।
ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ନଦୀଭିତ୍ତିକ ବନ୍ଦର। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଆଖଡାଶାଳି ଗାଁ ନିକଟ ଦେଇ ଯାଇଥିବା ମହାନଦୀରେ ଏହି ବନ୍ଦର ନିର୍ମାଣ ହେବା ନେଇ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ଦୁଇଟି ପର୍ଯ୍ୟାୟରେ ଏହି ବନ୍ଦର ହେବା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ଲିୟରାନ୍ସ କମିଟି ବୈଠକରେ ନିଷ୍ପତି ନିଆଯାଇଛି।
ନିଷ୍ପତି ଅନୁଯାୟୀ, ଏହି ବନ୍ଦର ପାଇଁ ପ୍ରଥମ ପର୍ଯ୍ୟାୟରେ ୨,୧୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ପ୍ରଥମେ ୧୮ ମିଲିଅନ ଟନ୍ ପଣ୍ୟ କାରାବାର କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ସେହିପରି ଦ୍ୱିତୀୟ ପର୍ୟ୍ୟାୟରେ କ୍ଷମତା ୪୫.୮୮ ମିଲିୟନ ଟନକୁ ବୃଦ୍ଧି କରାଯିବ। ଜାନୁଆରି ୧୯ ସୁଦ୍ଧା ବନ୍ଦର କାମ ଆରମ୍ଭ ହେବା ନେଇ ଯୋଜନା ରହିଥିବା ବୈଠକରୁ ଜଣାପଡ଼ିଛି।