କାଂସ୍ୟ ପଦକ ଜିତିଲେ ସାଇନା

0
450
saina nehwal
saina nehwal
ଜାକର୍ତା : ଆଜିର  ବ୍ୟାଟମିଂଟନ ସେମିଫାଇନାଲରେ ସାଇନା କାଂସ୍ୟ ପଦକ ଜିତିଛନ୍ତି ।  ଏସୀୟାନ ଗେମ୍ସରେ ସାଇନା ପ୍ରଥମ ଥର ପାଇଁ କୌଣସି ପଦକ ଜିତିଛନ୍ତି ।

 ଏସିୟାନ୍ ଗେମ୍ସର ଆଜି ୯ମ ଦିନ ଚାଲିଥିବା ବେଳେ ୮ମ ଦିନ ଶେଷ ସୁଦ୍ଧା ଭାରତକୁ ୫ଟି ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ପ୍ରାପ୍ତ ହୋଇଥିଲା । ଆଜିର ଦିନରେ ଅନୁଷ୍ଠିତ ହୋଇଥିବା ବ୍ୟାଟମିଂଟନ ସେମିଫାଇନାଲରେ ସାଇନାଙ୍କୁ ଚାଇନିଜ ତାଇପେ ପରାସ୍ତ କରିଛନ୍ତି । ଫଳରେ ଫାଇନାଲ ଖେଳିବାରୁ ସାଇନା ବଂଚିତ ହୋଇଥିବା ବେଳେ ଏହି ପ୍ରତିଯୋଗୀତାରେ ସେ କାଂସ୍ୟ ପଦକ ଜିତିଛନ୍ତି ।

ସାଇନା ଆରମ୍ଭରୁ ୟିଙ୍ଗଙ୍କ ଆକ୍ରମକ ଖେଳ ଆଗରେ ଦୁର୍ବଳ ହୋଇଯିବା କାରଣରୁ ସେ ୫-୧ସ୍କୋରରେ ପଛୁଆ ଥିଲେ । ଏହି ମଧ୍ୟରେ ୟିଙ୍ଗ କିଛି ଭୁଲ୍ ସଟ ଖେଳିଥିଲେ । ଯାହାଫଳରେ ସାଇନା ଏହାର ଲାଭ ଉଠାଇ ୟିଙ୍ଗଙ୍କ ବିରୁଦ୍ଧରେ ୧୦-୧୦ ବରାବର କରିଥିଲେ । ଗତ ଥର କାଂସ୍ୟ ପଦକ ଜିତିଥିବା ୟିଙ୍ଗ ପୁଣି ଥରେ ୧୫-୧୦ରେ ସାଇନାଙ୍କୁ ପଛରେ ପକାଇଛନ୍ତି ।

ୟିଙ୍ଗ ପ୍ରଥମ ଗେମରେ ୨୧-୧୭ରେ ଜିତି ଥିଲେ । ଦ୍ୱିତୀୟ ଗେମରେ ମଧ୍ୟ ୟିଙ୍ଗ ନିଜର ଦବଦବା ଜାରି ରଖିଥିଲେ । ସେହି ସମୟରେ ସାଇନାଙ୍କର ଭୁଲ କାରଣରୁ ତାଙ୍କୁ ୨-୬ରେ ହାରିବାକୁ ପଡିଥିଲା । ଗତ ଥର ଇଂଚିୟୋନରେ ହୋଇଥିବା ଏସୀୟାନ୍ ଗେମରେ କ୍ୱାଟର ଫାଇନାଲ ପର୍ଯ୍ୟନ୍ତ ପହଂଚି ପାରିଥିବା ସାଇନା ପୁଣି ଥରେ ୬-୬ରେ ବରାବର କରିଥିଲେ । ଏଥିରେ ଦୁଇ ଖେଳାଳୀ ପରସ୍ପରକୁ ବରାବର ଟକ୍କର ଦେଇଥିବାର ଦେଖା ଯାଇଥିଲା । ସାଇନାଙ୍କର ଏହି ହାର କାରଣରୁ ତାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।