ବଜ୍ରପାତରେ ପୋଡ଼ିଗଲା ସମଲେଇ ମନ୍ଦିରର ପତାକା

0
299
samaleswari temple
samaleswari temple
ସମ୍ବଲପୁର  : ବଜ୍ରପାତରେ ସମ୍ବଲପୁର ସମଲେଶ୍ୱରୀ ମନ୍ଦିରର ପତାକା ପୋଡ଼ିଯାଇଛି ।ବଡ଼ ବଜାର ଦୁର୍ଗା ମନ୍ଦିରର ଶୀର୍ଷରେ ବ୍ରଜାପାତ ଯୋଗୁଁ ମନ୍ଦିରର ଚୂଡ଼ା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।
ମଙ୍ଗଳବାର ସମ୍ବଲପୁରରେ ହୋଇଛି ଅଘଟଣ । ଅପରାହ୍ନ ୪ଟାରେ ବଜ୍ରପାତ ହେବାରୁ ପ୍ରସିଦ୍ଧ ସମଲେଶ୍ୱରୀ ମନ୍ଦିରର ପତାକା ପୋଡ଼ିଯାଇଛି । ତେବେ ପତାକା ସମ୍ପୂର୍ଣ୍ଣ ଭାବେ ନପୋଡ଼ି କିଛି ଅଂଶ ପୋଡ଼ି ଯାଇଥିବା ଜଣାଯାଇଛି । ପତାକାର ନିର୍ଦ୍ଦିଷ୍ଟ ଏକ ଅଂଶ ଖଣ୍ଡ ଖଣ୍ଡ ହୋଇଯାଇଛି ।  ଚଳିତ ବର୍ଷ ଆକାଶ ଅଧିକାର ସମୟ ଅଶାନ୍ତ ରହୁଛି । ଦିନସାରା ମୁଣ୍ଡଫଟା ଖରା ସାଙ୍ଗକୁ ସନ୍ଧ୍ୟା ହେଲେ କାଳବୈଶାଖୀ ଓ ବଜ୍ରପାତର ବିଭୀଷିକା ଦେଖିବାକୁ ମିଳୁଛି । କିଛିଦିନ ମଧ୍ୟରେ କାଳବୈଶାଖୀର ପ୍ରଭାବ ସମ୍ବଲପୁର ସମେତ ସାରା ରାଜ୍ୟରେ ଅନୁଭବ କରିହେଉଛି ।